ନଦୀ ପଠାରେ ପଡ଼ିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ। କଟକ କନ୍ଦରପୁର ଥାନା ପରମହଂସ ନିକଟ ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ହେବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।
ଆଜି ସକାଳେ ନଦୀ ପଠାରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି।
ମୃତ ମହିଳାଙ୍କ ବେକ ଓ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କୁ କିଏ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଅନ୍ୟପକ୍ଷରେ ମୃତ ମହିଳାଙ୍କ ୨ହାତରେ ଟାଟୁ ରହିଛି। ଡାହାଣ ହାତରେ ହୋଇଥିବା ଟାଟୁରେ ‘ଓଁ ବାବା ବଳିଆ’ ଲେଖାଯାଇଛି। ଏଥିସହ ମୃତଦେହ ନିକଟରୁ ଛୋଟ ପିଲାର ଖାଦ୍ୟ, ଦେଢ଼ ବର୍ଷ ଝିଅ ଡ୍ରେସ ଓ ଗୁଟୁଖା ଜବତ କରାଯାଇଛି। ଏଥିସହ ଜଣେ ପୁରୁଷ ଲୋକର ଡ୍ରେସ ମଧ୍ୟ ମିଳିଛି। ଏହି ସବୁ ଜିନିଷକୁ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପିଇଓଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍
ଲୁଟେରାମାନେ ଫେରାର ମାରିବା ପୂର୍ବରୁ ପିଇଓ ଅର୍ଜୁନ ପାତ୍ରଙ୍କ ବାଇକକୁ ରାସ୍ତା ତଳକୁ ଏକ ଜମି ମଧ୍ୟକୁ ଠେଲି ଦେଇଥିଲେ। ତା’ ସହିତ ସେମାନେ ତାଙ୍କ ମୋବାଇଲ ଫୋନ୍କୁ ଫୋପାଡ଼ି ଦେଇଥିଲେ।

Crime
ମଣ୍ଡିରେ ଅନିୟମିତତା: ୨ ଅଧିକାରୀ ନିଲମ୍ବିତ
ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ୱରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

Crime
ନର୍କ ଯନ୍ତ୍ରଣାରୁ କେମିତି ମୁକୁଳିଲେ ନାବାଳିକା? ଫଟୋରୁ ଫିଟିଲା ଗୁମର
ଏକାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ଅପହରଣ କରି ନିଆଯିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏପଟେ ଝିଅକୁ ନ ପାଇ ପରିବାର ଲୋକ ପୁଲିସ୍ର ଦ୍ୱାରସ୍ଥ ହେବାରେ ଲାଗିଥିଲେ।

Crime
ରାଗିଂର ଭୟଙ୍କର ଚିତ୍ର: ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବେଲ୍ସ, ଉଲଗ୍ନ କରି ମାରୁଥିଲେ ମାଡ଼
ଜୁନୟର ଛାତ୍ରଙ୍କୁ କିଛି ସିନିୟର ରାଗିଂ କରିବା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ସେମାନଙ୍କ ଗୁପ୍ତାଙ୍ଗରେ ଓଜନ ଦାର ଡମ୍ବେଲ୍ସକୁ ବାନ୍ଧି ଝୁଲାଇଛନ୍ତି। ଜେମୋଟ୍ରୀ ବକ୍ସ କମ୍ପାସରେ ସେମାନଙ୍କୁ ଆଘାତ ଦେବା ସହ ପ୍ରବଳ ମାଡ଼ ମାରିଛନ୍ତି।

Crime
ମଲା ଯାଏ କାହିଁକି ଜେଲ୍ରେ ରହିବେ ‘ଲଭ୍ ଗୁରୁ’?
ତ୍ରିବେଦୀ ପୂର୍ବରୁ ମଧ୍ୟ ୨ ଜଣ ଛାତ୍ରୀଙ୍କୁ ନିଜ ସହ ଭଗେଇ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ସେ ଜଣେ ନିୟମିତ ଅପରାଧୀ ହୋଇଥିବାରୁ ଗୁଜରାଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ମଲା ଯାଏ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।