ସୁନା ଚେନ ଲୁଟେରାଙ୍କ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ମୃତ ମହିଳା ଜଣଙ୍କ ୟୁ.ବିଷ୍ଣୁ ପାତ୍ର।
ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ବାଇକରେ ଯାଉଥିଲେ ଦମ୍ପତି। ସ୍ୱାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ.ବିଷ୍ଣୁ ପଛରେ ବସିଥିଲେ। ହଠାତ୍ ବାଟରେ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ।
ମୋଟା ଚେନ କାରଣରୁ ନେଇପାରିନଥିଲେ ଲୁଟେରା। ପୁନର୍ବାର ଲୁଟ୍ ପାଇଁ ମହିଳାଙ୍କ ପିଛା କରିଥିଲେ ଲୁଟେରା। ଏଥିସହ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ବିଷ୍ଣୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ମହିଳା ଜଣଙ୍କ ଜୋରରେ ଚିତ୍କାର କାରିବାରୁ ଅଧାବାଟରୁ ଖସି ପଳାଇଥିଲେ ଲୁଟେରା଼। ମହିଳାଙ୍କୂ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପୁତୁରା ସହ ଅନୈତିକ ସମ୍ପର୍କ: ସ୍ୱାମୀଙ୍କୁ ହତ୍ୟା
ଧର୍ମେନ୍ଦ୍ରଙ୍କୁ ତାଙ୍କ ପତ୍ନୀ ରୀନା ଓ ପୁତୁରା ସତୀଶ ମିଳିତ ଭାବେ ହତ୍ୟା କରିଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଧର୍ମେନ୍ଦ୍ରଙ୍କୁ ରୀନା ଓ ସତୀଶଙ୍କ ପ୍ରେମ ସମ୍ପର୍କ ବିଷୟରେ ସୂଚନା ମିଳିଥିଲା।

Crime
ଲୁଟ ପାଇଁ ୨୫ ବିବାହ: ଲୁଟେରୀ ଦୁଲହନଙ୍କୁ ଫିଲ୍ମ ଷ୍ଟାଇଲ୍ରେ କେମିତି ଧରିଲା ପୁଲିସ୍?
ନିରୀହ ପୁରୁଷଙ୍କୁ ନିଜର ନକଲି ବିବାହ ଜାଲରେ ଫସାଉଥିଲେ, ସାଦାସିଧା କନ୍ୟା ଓ ଉପଯୁକ୍ତ ବୋହୂ ଭଳି ଅଭିନୟ କରିବା ପରେ ସୁଯୋଗ ଦେଖି ଅଳଙ୍କାର ଏବଂ ନଗଦ ଟଙ୍କା ଧରି ଚମ୍ପଟ ମାରୁଥିଲେ।

Crime
ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ଫସିଗଲେ ପୁରୀର ପ୍ରିୟଙ୍କା, ଗିରଫ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସହିତ ଥିଲା ସଂପର୍କ
ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ବାନ୍ଧିବା ପରେ ତାଙ୍କ ଲିଙ୍କରେ ଥିବା ଆଉ ୭ ଜଣଙ୍କୁ ବି ଜେଲରେ ପୂରାଇଲାଣି ହରିୟାଣା ପୁଲିସ।

Crime
କଲେଜ ପାଖରେ ଡ୍ରଗ୍ସ, ଆଉ ଆତ୍ମହତ୍ୟା!
ନିକଟରେ ଦୁଇ ଜଣ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚାରେ ଥିବା ଏକ ଶିକ୍ଷାନୁଷ୍ଠାନର ଆଖପାଖ ଅଂଚଳର କିଛି ଭେରାଇଟି ଷ୍ଟୋର, ଛୋଟ ଚା’ ଦୋକାନ ପାଖକୁ ଆମେ ଯାଇଥିଲୁ। ପଚାରିଲୁ ଗୋଗୋ ରୋଲ୍ ପେପର୍ ମିଳିବ? ଭାଙ୍ଗର ତନ୍ତୁରେ ତିଆରି ତିନିଟି ଅତି ପତଳା ପେପର ରହିଥିବା ଗୋଟିଏ ଷ୍ଟ୍ରିପ୍ର ଦାମ ମାତ୍ର 10 ଟଙ୍କା। ଏଥିରେ ବ୍ରାଉନସୁଗାର, କୋକେନ୍ ଓ ହେରୋଇନ୍ ଭଳି ପାଉଡର ରଖି ନାକରେ ସ୍ନୋର୍ଟିଂ କରୁଥିବା ଦେଖିବାକୁ ମିଳୁଛି।

Crime
ପୋଷ୍ୟ କନ୍ୟାର ପାପ, ପାଳିତା ମା’କୁ ମାରିଦେଲା
ଯେଉଁ ନବଜାତକୁ ଦିନେ ରାସ୍ତାକଡ଼ରୁ ପାଇ ନିଜ ଝିଅ ଭଳି ପାଳିଥିଲେ, ମାତ୍ର ୧୩ ବର୍ଷ ବୟସରେ ସେହି ଝିଅ ତାଙ୍କ ଜୀବନ ନେଇଗଲା।