ହାଣ୍ଡିଆ ଆଣି ନ ଦେବାରୁ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ନିଆଳିଝରଣ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସାଲେକ ହେମ୍ବ୍ରମ।
ଗତକାଲି ରାତିରେ ସାଲେକଙ୍କ ସ୍ୱାମୀ ଗାଁର ଏକ ଭୋଜିକୁ ଯାଇଥିଲେ। ଘରେ ସାଲେକ ଓ ତାଙ୍କୁ ଶାଶୁ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ସାଲେକଙ୍କୁ ହାଣ୍ଡିଆ ମାଗିଥିଲେ। ସାଲେକ ହାଣ୍ଡିଆ ଦେବାକୁ ମନା କରିଥିଲେ। ବ୍ୟକ୍ତି ଜଣଙ୍କ ଉତ୍କ୍ଷିପ୍ତ ହୋଇ ସାଲେକଙ୍କୁ ଘରୁ ଘୋଷାଡ଼ି ଆଣି ହତ୍ୟା କରିଥିବା ତାଙ୍କ ଶାଶୁ ଅଭିଯୋଗ କରିଛନ୍ତି।
Also Read
ଘସିପୁରା ଥାନା ପୁଲିସ ଓ ଓସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି। ତେବେ ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ସାଲେକଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ। ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ; ୬ଟି ସ୍ଥାନରେ ଚଢ଼ାଉ
ଏହି ରେଡରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି ଓ ୮ ଇନିସପେକ୍ଟର ଓ ୬ ଏଏସଆଇ ଚଢ଼ାଉରେ ସାମିଲ ଅଛନ୍ତି।
Crime
ପାର୍କିଂ ବିବାଦକୁ ନେଇ ପଡୋଶୀଙ୍କ କାର ଜାଳିଦେଲେ
ପ୍ରଥମେ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରିବା ପରେ ରାଗରେ ଜାଳିଦେଲା କାର୍। ୬୦୦ କିମି ପିଛା କରି ଅଭିଯୁକ୍ତକୁ ଉତ୍ତରପ୍ରଦେଶର ଆମେଥିରୁ ଗିରଫ କଲା ପୁଲିସ।
Crime
ଓଡ଼ିଶାରେ ୫ମାସରେ ୪୧ଗଣଦୁଷ୍କର୍ମ ସମେତ ୯୨୪୮ଟି ମହିଳା ହିଂସା ମାମଲା
ଆଜି ବିଧାନସଭାରେ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଜୁନ୍ ୧୦ରୁ ନଭେମ୍ବର ୨୨ତାରିଖ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସାର ମୋଟ ୯୨୪୮ଟି ମାମଲା ରୁଜୁ ହୋଇଛି ।
Crime
ନବଦାସ ହତ୍ୟା, ତଥ୍ୟ ଲୁଚାଇଲା ଗୃହବିଭାଗ: ମୁଖ୍ୟମନ୍ତ୍ରୀଙ୍କୁ ବଦନାମ ପାଇଁ ପ୍ରାୟୋଜିତ ଷଡ଼ଯନ୍ତ୍ର ନୁହେଁ ତ?
ଆଜି ବିଧାନସଭାରେ ଝାରସୁଗୁଡ଼ାର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏକ ଲିଖିତ ଅଣତାରକା ପ୍ରଶ୍ନ ମାଧ୍ୟମରେ ନିଜ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାର ତଦନ୍ତର ସ୍ଥିତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠୁ ଜାଣିବାକୁ ଚାହିଁଥିଲେ।
Crime
ରାଗରେ ତାତିଲେ: ସ୍ତ୍ରୀ, ଝିଅ ଓ ଭଣଜାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ମାର୍ଶାଘାଇ ବ୍ଲକ୍ କୁଦାନଗରୀ ଥାନା ଗଉଡଗାଁ ଗାଁର ରମେଶ ମହାନ୍ତି କାମଦାମ କରି ଚଳନ୍ତି। ଆଜି ଅପରାହ୍ନରେ କୌଣସି କଥାକୁ ନେଇ ପତ୍ନୀ ସୁଷମାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ପରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା।