Advertisment

ରାଜଧାନୀରେ ଉତ୍ପାତ କରୁଛନ୍ତି ଚେନ୍‌ ଲୁଟେରା

ଦୁର୍ବୃତ୍ତ ସିନା ସୁନା ଚେନ୍‌ ନେଇ ପାରିଲେନାହିଁ, କିନ୍ତୁ ବିଷ୍ଣୁ ପାତ୍ର ବାଇକ୍‌ରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ମାଟିରେ ମାଡ଼ ହୋଇଯାଇଥିଲା। ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

author-image
Manoranjan Sial
Crime

Crime

ଘାତକ ସାଜିପାରେ ବେକରେ ପଡ଼ିଥିବା ସୁନା ଚେନ। କାରଣ, ସୁନା ଚେନ ଝାମ୍ପି ନେବାକୁ ଲୁଟେରାଙ୍କ ଉଦ୍ୟମ ବେଳେ କେବଳ ଯେ, ଲହୁଲୁହାଣ ହୋଇପାରନ୍ତି ତା ନୁହେଁ, ଜୀବନ ଯାଇପାରେ। ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ଦିନ ଆଲୁଅରେ ବେକରୁ ଚେନ ଛିଣ୍ଡାଇ ନେବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିବାବେଳେ ମହିଳା ଜଣକ ତଳେ ପଡ଼ି ଶେଷରେ ପ୍ରାଣ ହରାଇଛନ୍ତି।

Advertisment

ଗତ ସୋମବାର ଭୁବନେଶ୍ୱର ୟୁ.ବିଷ୍ଣୁ ପାତ୍ର ସ୍ୱାମୀଙ୍କ ବାଇକ୍‌ରେ ବସି ଜଟଣୀ ନିକଟ ବୁଢ଼ାପଡ଼ା ସ୍ଥିତ ସୋମନାଥ ମନ୍ଦିର ଯାଉଥିଲେ। ହେଲେ ସେମାନଙ୍କ ଅଜାଣତରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲ୍‌ସରରେ ପିଛା କରିଥିଲେ। ତେବେ ଏୟାର ଫିଲଡ୍‌ ଥାନା ଲବଣଗିରି ଛକରେ ହଠାତ୍‌ ସେମାନେ ଦ୍ରୁତଗତିରେ ଆସି ବିଷ୍ଣୁ ପାତ୍ରଙ୍କ ବେକରୁ ସୁନା ଚେନ୍‌ ଝମ୍ପି ନେବା ପାଇଁ ଉଦ୍ୟମ କରିଥିଲେ। ହେଲେ ସୁନା ଚେନ୍‌ଟି ମୋଟା ଥିବାରୁ ସେମାନେ ବିଫଳ ହୋଇଥିଲେ।

ଦୁର୍ବୃତ୍ତ ସିନା ସୁନା ଚେନ୍‌ ନେଇ ପାରିଲେନାହିଁ, କିନ୍ତୁ ବିଷ୍ଣୁ ପାତ୍ର ବାଇକ୍‌ରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ମାଟିରେ ମାଡ଼ ହୋଇଯାଇଥିଲା। ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଜୀବନ ସହିତ ସଂଘର୍ଷ କରି ବୁଧବାର ବିଳମ୍ୱିତ ରାତିରେ ଆଖି ବୁଜିଲେ ବିଷ୍ଣୁ ପାତ୍ର। ଏହି ଘଟଣା ପ୍ରଚାରିତ ହେବା ପରେ ସେହି ରାସ୍ତାରେ ଯାଉଥିବା ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ପୁଲିସ୍‌ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ସ୍ପେଶାଲ ସ୍କ୍ୱାର୍ଡ ସହାୟତାରେ ଓ ସିସିଟିଭିକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରହିଛି।

Advertisment

ଭୁବନେଶ୍ୱରରେ ଏଭଳି ଘଟଣା ନୂଆ ନୁହେଁ। ଗଲା ସେପ୍ଟେମ୍ବର ମାସରେ ବଡ଼ଗଡ଼ କେନାଲ ରୋଡରେ ମନ୍ଦିରକୁ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାଂପି ନେଇଥିଲେ ଦୁର୍ବୃତ୍ତ। ସେହିପରି ଅକ୍ଟୋବରରେ କଳିଙ୍କନଗରରେ ଅନ୍ୟ ଜଣେ ମହିଳାଙ୍କୁ ଘର ସାମ୍ନାରୁ ସୁନା ଚେନ ଝାଂପିନେବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ବାରମ୍ବାର ଏଭଳି ସାଂଘାତିକ ଅଘଟଣ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଅପରପକ୍ଷେ କମିଶନରେଟ ପୁଲିସ ସମସ୍ତଙ୍କୁ ସତର୍କ କରାଇ କହିଛି, ବାହାରକୁ ଯିବାବେଳେ ସୁନା ଚେନ ନପିନ୍ଧିଲେ ଭଲ। ଯଦି ବି ପିନ୍ଧୁଛନ୍ତି, ତେବେ ଲୁଟେରାଙ୍କ ନଜରରୁ ବର୍ତ୍ତିବା ପାଇଁ ତାକୁ ଘୋଡ଼ାଇ ରଖନ୍ତୁ।

Bhubaneswar Bhubaneswar News Crime