Advertisment

କଲେଜ ଛାତରୁ ପଡ଼ି ଚାଲିଗଲା ଅଧ୍ୟାପିକାଙ୍କ ଜୀବନ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଗତ ୧୧ ତାରିଖରେ କଲେଜ ଛାତରୁ ପଡ଼ି ଗୁରୁତର ହୋଇଥିଲେ ବର୍ଷା।

Barsha mishra

Barsha mishra

Advertisment

ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତରୁ ପଡ଼ି ଚିକିତ୍ସାଧୀନ ଥିବା କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଛି। ମୃତ ଅଧ୍ୟାପିକା ଜଣଙ୍କ ହେଲେ ବର୍ଷା ମିଶ୍ର। ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବରେ କାର୍ଯ୍ୟରତ ଥିଲେ ବର୍ଷା।

Advertisment

ଗତ ୧୧ ତାରିଖରେ କଲେଜ ଛାତରୁ ପଡ଼ି ଗୁରୁତର ହୋଇଥିଲେ ବର୍ଷା। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଅଧ୍ୟାପିକାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ମୃତ ବର୍ଷାଙ୍କ ଭାଇ କହିଛନ୍ତି, ବର୍ଷା ବର୍ଷେ ହେବ କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବେ ଚାକିରି କରୁଥିଲା। ମଙ୍ଗଳବାର ଦିନ ମା’ଙ୍କ ପାଖକୁ ଫୋନ୍ କରି ଏଚ୍‌ଓଡି ମ୍ୟାଡମ ରାଗୁଛନ୍ତି ବୋଲି ସେ କହିଥିଲା। ତୁ ତାଙ୍କୁ ଫୋନରେ ବୁଝାଇଦେଲେ  ସେ ବୁଝିଯିବେ ସେ ମାଙ୍କୁ କହିଥିଲା। ପରେ ଫୋନକୁ ହୋଲ୍ଡ କରି ଏଚ୍‌ଓଡି ମ୍ୟାଡମଙ୍କୁ ଫୋନ୍ ଦେଇଥିଲା। ହେଲେ ମ୍ୟାଡମ ଫୋନରେ କଥା ନ ହୋଇ ଫୋନ୍ ଫଙ୍ଗି ଦେଇଥିଲେ। ଏଥିପାଇଁ ସେ ବହୁତ କାନ୍ଦି ଥିଲା। କିଛି ସମୟପରେ ବର୍ଷା ଛାତରୁ ପଡ଼ି ଯାଇଥିବା ଖବର ଆସିଥିଲା। ଏଚ୍‌ଓଡି ମ୍ୟାଡମ ଆମ ଝିଅକୁ ଛାତରୁ ପେଲି ଦେଇଥିବା ଆମେ ଭାବୁଛୁ। ଏଚ୍‌ଓଡି ମ୍ୟାଡମ ବର୍ଷା  ଉପରେ କାହିଁକି ରାଗୁଥିଲେ ଆମେ  ଜାଣିନାହୁଁ। ଆମକୁ ନ୍ୟାୟ ଦରକାର।  

Bhubaneswar Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe