Advertisment

ରାଜଧାନୀରୁ ମିଳିଲା ମହିଳା ଖେଳାଳିଙ୍କ ମୃତଦେହ; ହତ୍ୟା ନା ଆତ୍ମହତ୍ୟା ସସ୍‌ପେନ୍ସ

ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ମୃତଦେହ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତଦେହ।

author-image
Niharika Rout
ଅଦ୍ୟତନ ହୋଇଛି
Kho Kho Player

Kho Kho Player

ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ।

Advertisment

ସରୋଜିନୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ବରଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୁଲିସ ।

ସରୋଜିନୀ ଜଣେ ରାଜ୍ୟସ୍ତରୀୟ ବକ୍ସିଂ ଓ ଖୋଖୋ ଖେଳାଳି । ଗତ କିଛି ବର୍ଷ ହେବ ସେ ରାଜଧାନୀରେ ରହିବା ସହ କଟକ ରୋଡ୍ରେ ଏକ ବାଇକ୍ ସୋ-ରୁମ୍ ରେ ଚାକିରି କରୁଥିଲେ । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ଘଟିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ଝିଅ ମୃତ୍ୟୁ ଖବର ପାଇ ସରୋଜିନୀଙ୍କ ପରିବାର ଲୋକେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ସେମାନେ ବି ଏହାର ପଛର କାରଣ ସ୍ପଷ୍ଟ ଭାବେ କହି ପାରୁ ନ ଥିବା ବେଳେ ଝିଅର କାହା ସହ ଶତ୍ରୁତା ନ ଥିବା କହିଛନ୍ତି। ପୁଲିସ୍‌ ସରୋଜିନୀଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ କରିବା ସହ ତାଙ୍କ ସାଙ୍ଗସାଥୀ ଓ ସହଯୋଗୀଙ୍କୁ ପଚରାଉଚରା କରୁଛି।

Bhubaneswar Deadbody