Advertisment

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ; ହତ୍ୟା ଅଭିଯୋଗ

ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ହୋଇଥିବାରୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Dead Woman

Dead Woman

ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ମୃତ ଯୁବତୀଙ୍କ ନାଁ ବିଷ୍ଣୁପ୍ରିୟା ରାଉତ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

Advertisment

ଭୁବନେଶ୍ୱରର ଭରତପୁର ଥାନା ଅଧୀନ ଏକ ବସ୍ତିରେ ଘର ଘଡ଼ା ନେଇ ବିଷ୍ଣୁପ୍ରିୟା ଓ ତାଙ୍କ ସାଙ୍ଗ ରହୁଥିଲେ। ତେବେ ଭଡ଼ାଘରୁ ବିଷ୍ଣୁପ୍ରିୟାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଅନ୍ୟ ଯୁବତୀ ଜଣଙ୍କ ଫେରାର ହୋଇଯାଇଛନ୍ତି। ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ହୋଇଥିବାରୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ସାଇଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ କରୁଛି। କିନ୍ତୁ ହତ୍ୟା ଘଟଣାକୁ ଖଣ୍ଡନ କରିଛି ଭରତପୁର ଥାନା ପୁଲିସ। ଏହା ଆତ୍ମହତ୍ୟା ବୋଲି ଭରତପୁର ଆଇଆଇସି ସୂଚନା ଦେଇଛନ୍ତି।

Advertisment
Bhubaneswar Deadbody