ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଘଟଣା ଘଟିଛି ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡିଆଠାରେ। ଆହତ ପୁତୁରା ଜଣଙ୍କ ହେଲେ ଶିବ ବେହେରା (୨୬)। ଶିବଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।
ଶିବ ନିଜ ପରିବାର ସହ ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡ଼ିଆଠାରେ ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ଶ୍ରମିକଭାବେ କାମ କରି ପରିବାର ପୋଷଣ କରୁଥିଲେ। ଶିବଙ୍କ ଦାଦା ଦାଦା ଶଙ୍କର ବେହେରା ମଧ୍ୟ ପୁରୀରେ ରହୁଥିଲେ।
Also Read
ଗତକାଲି ରାତିରେ ଶଙ୍କର ଆସି ଶିବ ପେଟରେ ଛୁରୀ ଭୁଷି ଦେଇଥିଲା। ଶିବ ଚିତ୍କାର ଶୁଣି ପରିବାର ଲୋକ ଦୌଡ଼ି ଆସିଥିଲେ। ପରେ ଶଙ୍କର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପରେ ପରିବାର ଲୋକେ ଶିବଙ୍କୁ ଡାକ୍ତରଖାନେରେ ଭର୍ତ୍ତି କରିଥିଲେ। ଶିବଙ୍କ ଅବସ୍ଥା ଗୁରୁତର ରହିଛି।
ଏହି ନେଇ ଶିବଙ୍କ ପରିବାର ପକ୍ଷରୁ ବଳିଆପଣ୍ଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଶଙ୍କରକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭୁବନେଶ୍ୱରରେ କୋଟିଏ ଟଙ୍କାର ଟେଣ୍ଡର ଫିସ୍କିଂ! ଗିରଫ ୩ଜଣଙ୍କୁ ରିମାଣ୍ଡରେ ନେଲା ସିବିଆଇ
ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡିଶା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଗତକାଲି ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍। ଖବର ପାଇ ମାଡ଼ି ବସିଥିଲା ସିବିଆଇ।
Crime
୨ କୋଟି ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ
ବାଲେଶ୍ୱର ଅରଡ଼ ବଜାରରୁ ୨ କେଜି ବ୍ରାଉନ୍ ସୁଗାର ଜବତ। ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ହୋଇଯାଇଥିବା ସୂଚନା।
Crime
ସିବିଆଇର ବଡ଼ ରେଡ୍: ୩ ଗିରଫ
ଗତକାଲି ଭୁବନେଶ୍ୱରର ମେ ଫେୟାର୍ ହୋଟେଲ ସାମ୍ନାରେ ଏଖ ମର୍ସିଡିଜ୍ କାରରୁ ପ୍ରାୟ କୋଟିଏ ଟଙ୍କା ଜବତ କରିଥିଲା ସିବିଆଇ।
Crime
ଭୁବନେଶ୍ୱରରେ CBI ରେଡ୍, କୋଟିଏରୁ ଅଧିକ ଟଙ୍କା ଜବତ
ଆଜି ରାତି ପ୍ରାୟ ୯ଟା ବେଳେ ନୟାପଲ୍ଲୀରେ ଏକ ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ମର୍ସିଡ୍ଜ କାର୍ ଛିଡ଼ା ହୋଇଥିଲା। ଗାଡ଼ି ନମ୍ୱର OD-05-9999।