ପାଲା,ଦାସକାଠିଆ ଓ ଅନ୍ୟ ଲୋକକଳା କଳାକାରଙ୍କ ପାରିଶ୍ରମିକ ବଢ଼ାଇଲେ ସରକାର

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା ହୋଇଛି ।

Lokaseva Bhaban PhotoOR

ଲୋକସେବା ଭବନ

Ordigital Desk
  • Published: Saturday, 08 July 2023
  • Updated: 08 July 2023, 08:41 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ବର୍ଗର ଲୋକଙ୍କ ତୁଷ୍ଟୀକରଣ ଲକ୍ଷ୍ୟରେ ଏବେ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟର ଲୋକନୃତ୍ୟ ଓ ଲୋକସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଳାକାରମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ପାଲା, ଦାସକାଠିଆ, ଘୋଡ଼ାନାଚ, ବିଭିନ୍ନ ଲୋକନୃତ୍ୟ ଓ ଲୋକସଙ୍ଗୀତର କଳାକାରମାନେ ବିଶେଷ ଉପକୃତ ହେବେ । ଏହି କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମଗୁଡ଼ିକରେ ସମ୍ପୃକ୍ତ କଳାକାରମାନେ ପ୍ରଦର୍ଶନ କରିଥାନ୍ତି ଓ ଏଥିପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପାରିଶ୍ରମିକକୁ ସଂଶୋଧନ କରାଯାଇଛି । ଲୋକକଳା ମାଧ୍ୟମରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାରପ୍ରସାର କରାଯାଇଥାଏ ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା ହୋଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧ହଜାର ଟଙ୍କା ଓ ଅନ୍ୟ ସଦସ୍ୟମାନଙ୍କୁ ୮୦୦ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାସହିତ କଳାକାରମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣପିଛା ଦୈନିକ ୩୦୦ଟଙ୍କା ଲେଖାଏଁ ଦିଆଯିବ ।

Also Read

ସେହିପରି ଦାସକାଠିଆ ପ୍ରଦର୍ଶନ ପାଇଁ ପୂର୍ବରୁ ୨୦୦ଟଙ୍କା ଦିଆଯାଉଥିବାବେଳେ ଏବେ ୨ଜଣିଆ ଦଳକୁ ଏକକାଳୀନ ୨୪୦୦ଟଙ୍କା ଦିଆଯିବ । ପାଲା ପ୍ରଦର୍ଶନ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୩୫୦ଟଙ୍କା ଦିଆଯାଉଥିବାବେଳେ ଏବେ ୬ଜଣିଆ ଦଳକୁ ଏକକାଳୀନ ୬୮୦୦ଟଙ୍କା ମିଳିବ । ଘୋଡ଼ାନାଚ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୩୫୦ଟଙ୍କା ଦିଆଯାଉଥିବାବେଳେ ଏବେ ୮ଜଣିଆ ଦଳକୁ ଏକକାଳୀନ ୯ହଜାର ଟଙ୍କା ଦିଆଯିବ । ସେହିପରି ଲୋକନୃତ୍ୟ ଓ ଲୋକସଙ୍ଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୪୦୦ଟଙ୍କା ଦିଆଯାଉଥିବାବେଳେ ଏବେ ୮ଜଣିଆ ଦଳକୁ ଏକକାଳୀନ ୯ହଜାର ଟଙ୍କା ଦିଆଯିବ ।

ଲୋକକଳାର ସୁରକ୍ଷା ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହା ବିଶେଷ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ୨୦୦୯ ମସିହାରୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story