Advertisment

କୁଇ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ କ୍ୟାବିନେଟର ସୁପାରିଶ

କୁଇ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ମିଳିଲେ ରାଜ୍ୟର ପ୍ରାୟ ୭ଲକ୍ଷରୁ ଊର୍ଦ୍ଧ୍ୱ କୁଇ ଭାଷାଭାଷୀ ଜନଜାତି ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

author-image
Ordigital Desk
Pratap Dev and Pradeep Jena

Pratap Dev and Pradeep Jena

ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ ନିମନ୍ତେ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । କୁଇ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ମିଳିଲେ ରାଜ୍ୟର ପ୍ରାୟ ୭ଲକ୍ଷରୁ ଊର୍ଦ୍ଧ୍ୱ କୁଇ ଭାଷାଭାଷୀ ଜନଜାତି ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସାମିଲ କରାଗଲେ କନ୍ଧ ଜନଜାତିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ । କୁଇ ଭାଷା ଓ କନ୍ଧ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଓ ପ୍ରସାରରେ ସହାୟକ ହେବ । ବିଭିନ୍ନ ବିଷୟ ଉପରେ ଲେଖା ସୃଷ୍ଟି ତଥା ପ୍ରକାଶନ ଏବଂ ଭାଷାକୁ ସ୍ୱୀକୃତି ଦେବା ବ୍ୟାପକତର ହେବ । କୁଇ ଭାଷାର ସଂରକ୍ଷଣ, ବିକାଶ ଓ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ନିଷ୍ପତ୍ତିରେ ୭ଲକ୍ଷରୁ ଊର୍ଦ୍ଧ୍ୱ କୁଇ ଭାଷାଭାଷୀ ଜନଜାତି ଲୋକ ଉପକୃତ ହେବେ । କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମଲ କରିବା ନିମନ୍ତେ କରାଯାଇଥିବା କ୍ୟାବିନେଟ ସୁପାରିଶ ନିଷ୍ପତ୍ତିରେ କୌଣସି ଆର୍ଥିକ କାରବାର ରହିବ ନାହିଁ ।

Kui Language