ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସେଠାକାର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ ରାଜଭର ଏବଂ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଶର୍ମା ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟି ମହାକୁମ୍ଭରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।
Also Read
ଉତ୍ତର ପ୍ରଦେଶର ଏହି ମନ୍ତ୍ରୀ ଦ୍ୱୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଗଙ୍ଗା ଜଳରେ ପୂର୍ଣ ଏକ ଶୁଭ କଳସ ଓ ମହାକୁମ୍ଭର ଏକ ଲୋଗୋ ପ୍ରଦାନ କରିଥିଲେ। ଏହି ସମୟରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ।
୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ ଅନୁଷ୍ଠିତ ହେବ ମହାକୁମ୍ଭ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ଆଧୁନିକତାର ସ୍ପର୍ଶରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଓଡ଼ିଆ ଭାଷା ସାହିତ୍ୟ କେବଳ ପ୍ରାଚୀନ ନୁହେଁ, ଏକ ବିଭବଶାଳୀ ଗୌରବମୟ ଐତିହ୍ୟ ବହନ କରିଥାଏ। ଏକଥା ମଧ୍ୟ ସତ୍ୟ ଯେ ଓଡ଼ିଆ ଭାଷାର ପ୍ରଥମ ପ୍ରଚଳନ ବା ସାହିତ୍ୟର ବିକାଶ ସମୟରେ ଏଥିରେ ବ୍ୟାକରଣଗତ ବ୍ୟବସ୍ଥା ଖଞ୍ଜା ଯାଇନଥିବା ଦେଖାଯାଏ।

Special
କେଉଁ ନଈ ପବିତ୍ର, କେଉଁ କ୍ଷେତ୍ର ତୀର୍ଥ?
କୁରୁକ୍ଷେତ୍ର ଗୟା ଗଙ୍ଗା ପ୍ରଭାସ ପୁଷ୍କରାଣି ଚ, ଏତାନି ପୂଣ୍ୟ ତୀର୍ଥାନି ଜଳେସ୍ମିନ୍ ସନ୍ନିଧ୍ୟଂ କୁରୁ। ଏହି ମନ୍ତ୍ର ଜରିଆରେ ସ୍ନାନ ସମୟରେ କୁରୁକ୍ଷେତ୍ର, ଗୟା, ଗଙ୍ଗା, ପ୍ରଭାସ ଓ ପୁଷ୍କର ଆଦି ତୀର୍ଥ କ୍ଷେତ୍ରଙ୍କୁ ଜଳରେ ଉପସ୍ଥିତ ହେବାକୁ ଆବାହନ କରାଯାଏ ଏହି ବିଶ୍ୱାସରେ ଯେ ସେସବୁ ତୀର୍ଥକୁ ଯାଇଁ ଗାଧୋଇବା ଯାହା ସେମାନଙ୍କୁ ସ୍ମରଣ କରି ଏଇଠି ଗାଧୋଇବା ମଧ୍ୟ ସେଇଆ।

International
ମୋଦୀଙ୍କ କୂଟନୀତିରେ ପରମ୍ପରାର ସ୍ପର୍ଶ
୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଶ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ସୂଚୀତ କରିବାକୁ କୂଟନୈତିକ ଉପହାରଗୁଡ଼ିକୁ ବ୍ୟବହାର କରିଆସୁଛନ୍ତି। ତାଙ୍କ ଉପହାର ଚୟନରେ ଦୁଇଟି ପ୍ରମୁଖ ଯୋଜନା ସମ୍ମିଶ୍ରିତ ହୋଇରହିଥାଏ- ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ (ଗୋଟିଏ ଜିଲ୍ଲା-ଗୋଟିଏ ଉତ୍ପାଦ) ଏବଂ ଭୋକାଲ ଫର ଲୋକାଲ୍।

Culture & Literature
ପୁଣି ସେବାୟତ ବିବାଦ; ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ
ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି।

Culture & Literature
‘ଇନ୍ଦୁପୁର ହାଇସ୍କୁଲରେ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା’
୧୯୩୯ ମସିହା ଫେବ୍ରୁଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା।