Advertisment

ମହାପୁରୁଷଙ୍କୁ ଅପମାନ; ଡକ୍ଟର ହରେକୃଷ୍ଣ ମହତାବ ବଦଳରେ ଲେଖାଗଲା ହରେକୃଷ୍ଣ ମହାନ୍ତି

ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ନାଁକୁ ଭୁଲ ଭାବେ ବାଞ୍ଛାନିଧି ଦାସ ବୋଲି ଲେଖାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Wrong name

Wrong name

ମହାପୁରୁଷଙ୍କ ନାଁକୁ ସ୍କୁଲ କାନ୍ଥ ଓ ରାସ୍ତାକଡ଼ରେ ଭୁଲ୍ ଲେଖାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ପାଚେରୀରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଭୁଲ ଲେଖାଯାଇଥିଲା।

Advertisment

 ବିଦ୍ୟାଳୟର ପାଚେରୀରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ହରେକୃଷ୍ଣ ମହାନ୍ତି ବୋଲି ଲେଖାଯାଇଥିଲା। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ କରାଯାଇଥିବା ଏଭଳି ତ୍ରୁଟିକୁ ସଜାଡ଼ି ଥିଲା ସ୍ଥାନୀୟ ବିଜେପି। ଗତକାଲି ମହାନ୍ତିକୁ ଲିଭାଇ ମହତାବ କରାଯାଇଥିଲା।

ସେହିପରି ଭଦ୍ରକ ବନ୍ତ ଛକ ରାସ୍ତାକଡ଼ ପାଚେରିରେ ସୌନ୍ଦର୍ଯ୍ୟକରଣ ପାଇଁ ମହାପୁରୁଷ ମାନଙ୍କ ଚିତ୍ର ସ୍ଥାନୀତ କରାଯାଇଛି। ତେବେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ନାଁକୁ ଏଠାରେ ଭୁଲ ଭାବେ ବାଞ୍ଛାନିଧି ଦାସ ବୋଲି ଲେଖାଯାଇଥିଲା। ଏନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ କବିଙ୍କ ନାଁକୁ ଲିଭାଇ ଦିଆଯାଇଛି। ଏ ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି, ତୁରନ୍ତ ଏନେଇ ପଦକ୍ଷେପ ନିଆଯାଇ ସଂଶୋଧନ କରାଯିବ।

Advertisment

ସାମ୍ବାଦିକ ଅପୂର୍ବ ବେହେରା ରଞ୍ଜନ କହିଛନ୍ତି, ଏହା ନିନ୍ଦନୀୟ କଥା। ଏଥିପାଇଁ ପ୍ରଶାସନ ଦାୟୀ। ମହାପୁରୁଷଙ୍କ ପ୍ରତି ଆନ୍ତରିକତା ଅଭାବରୁ ଏପରି ଲେଖାଯାଇଛି।

Bhadrak