Advertisment

ସାମ୍ନାକୁ ଆସିଲା ରାମ ମନ୍ଦିରର ଗର୍ଭଗୃହ ଫଟୋ

ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ମତ ରାୟ ସୋଶାଲ ମିଡିଆରେ ୨ଟି ଫଟୋ ଶେଆର କରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Garbhagruha

Garbhagruha

ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମନ୍ଦିରର ଉଦଘାଟନ ଆସନ୍ତା ବର୍ଷ ଜାନୁଆରୀ ୨୨ରେ ହେବ। ତେବେ ତା’ପୂର୍ବରୁ ଆସିଛି ରାମମନ୍ଦିରର ଗର୍ଭଗୃହର ଫଟୋ।

Advertisment

ସୋଶାଲ ମିଡିଆରେ ରାମମନ୍ଦିରର ଗର୍ଭଗୃହର ଦୁଇଟି ଫଟୋ ଶେଆର କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ମତ ରାୟ।

ଶ୍ରୀ ରାୟ ତାଙ୍କ ‘X’ ଆକାଉଣ୍ଟରେ ଏହି ଫଟୋ ଦୁଇଟି ଶେଆର କରି ଲେଖିଛନ୍ତି, ପ୍ରଭୁ ଶ୍ରୀ ରାମଲଲାଙ୍କ ଗର୍ଭଗୃହ ସ୍ଥାନ ପ୍ରାୟ ପ୍ରସ୍ତୁତ ହୋଇଯାଇଛି। ନିକଟରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଶେଷ ହୋଇଛି।

Advertisment
Garbhagruhaନିର୍ମାଣାଧୀନ ରାମ ମନ୍ଦିରର ଗର୍ଭଗୃହ

ଗତ ନଭେମ୍ବର ୧୧ରେ ‘ଓଟିଭି’କୁ ଦେଇଥିବା ଏକ ସାକ୍ଷାତକାରରେ ଚମ୍ପତ ରାୟ କହିଥିଲେ, ୩ ଜଣ ମୂର୍ତ୍ତିକାର ଅଲଗା ଅଲଗା ପଥରରେ ରାମଲଲାଙ୍କ ପ୍ରତିମା ତିଆରି କରୁଛନ୍ତି। ଭଗବାନ ରାମଙ୍କ ସ୍ୱରୂପ ୫ ବର୍ଷର ବାଳକ ଭଳି ହେବ। ତିନି ମୂର୍ତ୍ତିକାର ୫ ବର୍ଷ ବୟସର ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି। ୫ ବର୍ଷ ବାଳକର ମୁଖ ମଣ୍ଡଳ ଓ ବଡି ଲାଙ୍ଗୁଏଜ ଅବିକଳ ଉତାରିବା ଜରୁରୀ। ମୂର୍ତ୍ତି ନିର୍ମାଣ କାମ ୯୦% ଶେଷ ହୋଇଗଲାଣି। 

ସେତବେଳେ ସେ ଆହୁରି କହିଥିଲେ, ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହୋଇଯାଇଛି। ପ୍ରଥମ ମହଲା କାମ ଚାଲିଛି। ପ୍ରଥମ ମହଲାର ଆଉ ଅଳ୍ପ କାମ ରହିଛି। ଏହା ଶୀଘ୍ର ସଂପୂର୍ଣ୍ଣ ହୋଇଯିବ। ପ୍ରଥମ ମହଲା ପରେ ଦ୍ୱିତୀୟ ମହଲା କାମ ହେବ। ତା’ପରେ ମନ୍ଦିର ଚୂଡ଼ା କାମ ହେବ। ୨୦୨୪ ଡିସେମ୍ବର ସୁଦ୍ଧା ମନ୍ଦିରର ସବୁ କାମ ସରିଯିବ।

Ayodhya Ram Mandir