Advertisment

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା

ରାଜ୍ୟରେ ଥିବା ୭,୨୦୦ ଭାଗବତ ଟୁଙ୍ଗି ଉପକୃତ ହେବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhagawat Tungi

Bhagawat Tungi

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଘୋଷଣାର ବର୍ଷା କରିବାରେ ଲାଗିଛନ୍ତି । ରାଜ୍ୟର ପ୍ରତ୍ୟେକ ଭାଗବତ ଟୁଙ୍ଗିକୁ ଦିଆଯିବ ୫୦ ହଜାର ଟଙ୍କା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟରେ ଥିବା ୭,୨୦୦ ଭାଗବତ ଟୁଙ୍ଗି ଉପକୃତ ହେବେ। 

Advertisment

ଭାଗବତ ଟୁଙ୍ଗି ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗି। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ହେଉଛି ଭାଗବତ ଟୁଙ୍ଗି। ତେଣୁ ରାଜ୍ୟରେ ଥିବା ୭,୨୦୦ଟି ଭାଗବତ ଟୁଙ୍ଗିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରତି ଭାଗବତ ଟୁଙ୍ଗି ପାଇଁ ୫୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।