/odisha-reporter/media/post_attachments/uploads/2016/03/tractor.jpg)
tractor
ବାଲେଶ୍ୱର: ବାଲେଶ୍ୱର ସହର ନିକଟ ବାଲିଘାଟ ପୋଲ ତଳେ ଟ୍ରାକ୍ଟର ଧକ୍କାରେ ଜଣେ ୧୩ ବର୍ଷର ବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ହେଉଛି ସରୋଜ ମହାଳିକ। ନଦୀରୁ ବାଲିଉଠାଇ ଟ୍ରାକ୍ଟରଟି ଆସୁଥିବା ବେଳେ ସରୋଜ ସେହି ରାସ୍ତା ଦେଇ ଚାଲି ଚାଲି ଯାଉଥିଲେ। ଟ୍ରାକ୍ଟର ଡ୍ରାଇଭର ଅନ୍ୟମନସ୍କ ଥିବାରୁ ସରୋଜ ଉପରକୁ ଗାଡ଼ିଟି ଚଢ଼ି ଯାଇଥିଲା ବୋଲି କୁହାଯାଉଛି। ଫଳରେ ଘଟଣାସ୍ଥଳରେ ସରୋଜଙ୍କ ମୃତ୍ୟୁ ଘଟିଥିଲା।
Advertisment
ଉତ୍ତ୍ୟକ୍ତ ଗାଁଲୋକେ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୋଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ସେଠାରୁ ଘଉଡ଼ାଇବା ସହିତ ଏ ଘଟଣା ନେଇ ଏକ ମାମଲା ରୁଜୁ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
