Advertisment

ବରଗଡ଼: ହାତୀ ଆକ୍ରମଣରେ ଚାଷୀ ଗୁରୁତର

ବରଗଡ଼: ଗାଇସିଲଟ ଥାନା ଅନ୍ତର୍ଗତ ସେମେଲଗୁଡିଆ ଗ୍ରାମର ଜଣେ ଚାଷୀ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଚାଷୀ ଜଣଙ୍କ ହେଲେ ଅଲେଖ ସାହୁ(୪୫)। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆଜି ସକାଳ ପ୍ରାୟ ୯ଟାରେ ଅଲେଖ ନିଜ ଜମିରେ ଧାନ ବୁଣୁ ଥିବା ବେଳେ ହାତୀଟି ନିକଟସ୍ଥ ଜଙ୍ଗଲରୁ ଆସିଥିଲା। କାମରେ ବ୍ୟସ୍ତ ଅଲେଖ ହାତୀ ଆସିବା ଜାଣି ପାରି ନ ଥିଲେ। ହାତୀଟି […]

author-image
Rakesh Mallick
ବରଗଡ଼: ହାତୀ ଆକ୍ରମଣରେ ଚାଷୀ ଗୁରୁତର

bargarh-hati

ବରଗଡ଼: ଗାଇସିଲଟ ଥାନା ଅନ୍ତର୍ଗତ ସେମେଲଗୁଡିଆ ଗ୍ରାମର ଜଣେ ଚାଷୀ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଚାଷୀ ଜଣଙ୍କ ହେଲେ ଅଲେଖ ସାହୁ(୪୫)। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Advertisment

ଆଜି ସକାଳ ପ୍ରାୟ ୯ଟାରେ ଅଲେଖ ନିଜ ଜମିରେ ଧାନ ବୁଣୁ ଥିବା ବେଳେ ହାତୀଟି ନିକଟସ୍ଥ ଜଙ୍ଗଲରୁ ଆସିଥିଲା। କାମରେ ବ୍ୟସ୍ତ ଅଲେଖ ହାତୀ ଆସିବା ଜାଣି ପାରି ନ ଥିଲେ। ହାତୀଟି ତାଙ୍କ ପାଖକୁ ଆସି ଆକ୍ରମଣ କରିଥିଲା। ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ହାତୀଟି ତାଙ୍କ ଡାହାଣ ହାତକୁ ଦଳି ଦେବାରୁ ତାହା ଛିଡି ଯାଇଛି।