Advertisment

ଶ୍ରୀଜୀଉଙ୍କ ଗଜବେଶକୁ ଛୁଇଁ ପାରିବେ ଭକ୍ତ : ବିନାୟକ ଦାସ ମହାପାତ୍ର

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ଗଜବେଶ ବେଳେ ଭକ୍ତମାନେ ପୂର୍ବରୁ ଯେମିତି ଦର୍ଶନ କରି ଛୁଉଁଥିଲେ ଚଳିତବର୍ଷ ମଧ୍ୟ ଛୁଇଁ ପାରିବେ। ଆଜି ଏହି ସୂଚନା ଦେଇଛନ୍ତି ଦଇତାପତି ନିଯୋଗ କୋଷାଧ୍ୟକ୍ଷ ବିନାୟକ ଦାସ ମହାପାତ୍ର। ସେ କହିଛନ୍ତି, “ପୂର୍ବଭଳି ଭକ୍ତମାନଙ୍କୁ ଶ୍ରୀଜୀଉଙ୍କୁ ଛୁଇଁବାକୁ ଦିଆଯିବା ନେଇ ଗତକାଲି ଅନୁଷ୍ଠିତ ଦଇତାପତି ନିଯୋଗର ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ବସିବାକୁ ଥିବା ବୈଠକରେ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯିବ।” ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ […]

author-image
Rakesh Mallick
ଶ୍ରୀଜୀଉଙ୍କ ଗଜବେଶକୁ ଛୁଇଁ ପାରିବେ ଭକ୍ତ : ବିନାୟକ ଦାସ ମହାପାତ୍ର

binayak dasmahapatra

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ଗଜବେଶ ବେଳେ ଭକ୍ତମାନେ ପୂର୍ବରୁ ଯେମିତି ଦର୍ଶନ କରି ଛୁଉଁଥିଲେ ଚଳିତବର୍ଷ ମଧ୍ୟ ଛୁଇଁ ପାରିବେ। ଆଜି ଏହି ସୂଚନା ଦେଇଛନ୍ତି ଦଇତାପତି ନିଯୋଗ କୋଷାଧ୍ୟକ୍ଷ ବିନାୟକ ଦାସ ମହାପାତ୍ର।

Advertisment

ସେ କହିଛନ୍ତି, “ପୂର୍ବଭଳି ଭକ୍ତମାନଙ୍କୁ ଶ୍ରୀଜୀଉଙ୍କୁ ଛୁଇଁବାକୁ ଦିଆଯିବା ନେଇ ଗତକାଲି ଅନୁଷ୍ଠିତ ଦଇତାପତି ନିଯୋଗର ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ବସିବାକୁ ଥିବା ବୈଠକରେ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯିବ।”

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି, “ଗତବର୍ଷ ଦର୍ଶନ ବ୍ୟବସ୍ଥା ଯେଭଳି ଥିଲା ଚଳିତବର୍ଷ ମଧ୍ୟ ତାହା ବଳବତ୍ତର ରହିବ। ସ୍ନାନବେଦୀରେ ଶ୍ରୀଜୀଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି।”

Advertisment