/odisha-reporter/media/post_attachments/uploads/2016/03/stfo-teacher.jpg)
stfo teacher
ଭୁବନେଶ୍ୱର: ବ୍ଲକ୍ଗ୍ରାଣ୍ଟ ପାଉଥିବା ସମସ୍ତ ସ୍କୁଲକୁ ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ବିଦ୍ୟାଳୟ ଶିକ୍ଷକ ମହାସଂଘ(ଏସ୍ଟିଏଫ୍ଓ) ତରଫରୁ ଆଜି ରା ଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୀ ବଡଦାଣ୍ଡରେ ଶତାଧିକ ଶିକ୍ଷକ ବିକ୍ଷୋଭ କରିବା ସହିତ ବିଜୁବାବୁଙ୍କୁ ପ୍ରତିମୂର୍ତ୍ତି ତଳେ ଧରଣା ଦେଇଥିଲେ। ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡ ଠାରୁ ଶିକ୍ଷକମାନେ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ନୟାଗଡ ବାଉଁଶିଆପଡା ଠାରେ ଶିକ୍ଷକମାନେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ବେଳେ ଭଦ୍ରକ ବନ୍ତଠାରେ ରାସ୍ତା ଅବରୋଧ ସହ ପ୍ରତିବାଦ ସଭା କରାଯାଇଥିଲା। ଭୁବନେଶ୍ୱରେ ମଧ୍ୟ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
