/odisha-reporter/media/post_attachments/uploads/2016/05/fire-1.jpg)
fire
ବୌଦ୍ଧ: ବୌଦ୍ଧ ଜିଲ୍ଲା ଅଁଳାପାଲି ପଞ୍ଚାୟତର ବାଦିକଟା ଗାଁର ହରିଜନ ସାହିରେ ଅଗ୍ନିକାଣ୍ଡ ଯୋଗୁଁ ୭ଟି ପରିବାରର ୧୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ଯାଇଛି। ଲୋକେ ଘରେ ରଖିଥିବା ଧାନ,ଚାଉଳ ପୋଡ଼ି ଯାଇଛି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।
Advertisment
ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇଁ ବାଉଁଶୁଣୀରୁ ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲେ। ବୌଦ୍ଧ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
