Advertisment

ଡୁମେରଗୁଡ଼ା ହାଇସ୍କୁଲ ଛାତ୍ର ନିଖୋଜ ଘଟଣା: ପୋଲିସ୍‌ର ନିଷ୍କ୍ରିୟତା ବିରୋଧରେ ରାସ୍ତାରୋକ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁମେରଗୁଡ଼ା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଦୁର୍ଗା ଗହୀରଙ୍କ ନିଖୋଜ ଘଟଣାରେ ପୋଲିସର ନିଷ୍କ୍ରିୟତା ବିରୋଧରେ  ଆଜି ତେଲ ନଦୀ ପୋଲ ଉପରେ ଡୁମେରାଗୁଡ଼ା ପଞ୍ଚାୟତ ବାସିନ୍ଦା ରାସ୍ତାରୋକ କରିଛନ୍ତି। ଫଳରେ ଧର୍ମଗଡ଼-ଗୋଲାମୁଣ୍ଡା ଓ ସିନାପାଲି ମଧ୍ୟରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ଦୁର୍ଗାଙ୍କ ନିଖୋଜ ନେଇ ପରିବାର ଲୋକଙ୍କ ପକ୍ଷରୁ ପୋଲିସ୍ ନିକଟରେ ଅଭିଯୋଗ କରାଯାଇଥିଲା। ଏପରିକି ଜଣେ ସନ୍ଦିଗ୍ଧ ଅପହାରଣକାରୀଙ୍କ ନାଁ ମଧ୍ୟ କୁହାଯାଇଥିଲା। କିନ୍ତୁ ପୋଲିସ୍‌ର […]

author-image
Rakesh Mallick
ଅଦ୍ୟତନ ହୋଇଛି
ଡୁମେରଗୁଡ଼ା ହାଇସ୍କୁଲ ଛାତ୍ର ନିଖୋଜ ଘଟଣା: ପୋଲିସ୍‌ର ନିଷ୍କ୍ରିୟତା ବିରୋଧରେ ରାସ୍ତାରୋକ

strike

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁମେରଗୁଡ଼ା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଦୁର୍ଗା ଗହୀରଙ୍କ ନିଖୋଜ ଘଟଣାରେ ପୋଲିସର ନିଷ୍କ୍ରିୟତା ବିରୋଧରେ  ଆଜି ତେଲ ନଦୀ ପୋଲ ଉପରେ ଡୁମେରାଗୁଡ଼ା ପଞ୍ଚାୟତ ବାସିନ୍ଦା ରାସ୍ତାରୋକ କରିଛନ୍ତି। ଫଳରେ ଧର୍ମଗଡ଼-ଗୋଲାମୁଣ୍ଡା ଓ ସିନାପାଲି ମଧ୍ୟରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ଦୁର୍ଗାଙ୍କ ନିଖୋଜ ନେଇ ପରିବାର ଲୋକଙ୍କ ପକ୍ଷରୁ ପୋଲିସ୍ ନିକଟରେ ଅଭିଯୋଗ କରାଯାଇଥିଲା। ଏପରିକି ଜଣେ ସନ୍ଦିଗ୍ଧ ଅପହାରଣକାରୀଙ୍କ ନାଁ ମଧ୍ୟ କୁହାଯାଇଥିଲା। କିନ୍ତୁ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଡୁମେରଗୁଡ଼ା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଦୁର୍ଗା ଗହୀର ସରସ୍ୱତୀ ପୂଜା ସାରି ନିଜ ମାମୁଁ ଘରୁକୁ ଫେରିବା ସମୟରେ ନିଖୋଜ ଅଛନ୍ତି।