/odisha-reporter/media/post_attachments/uploads/2016/02/bus-accident.jpg)
bus-accident
କେନ୍ଦ୍ରାପଡ଼ା: ବଡ଼ମାଳରୁ କଟକ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଆଜି ୫ ନମ୍ବର ଜାତୀୟ ରାଜପଥର ହଜାରି ଛକ ନିକଟରେ ଓଲଟି ପଡ଼ିବାରୁ ୪୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।
Advertisment
ବସ୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଲା ବୋଲି କିଛି ଯାତ୍ରୀ କହିଛନ୍ତି। ବସ୍ଟିରେ ମୋଟ ୪୮ ଜଣ ଯାତ୍ରୀ ସବାର ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
