/odisha-reporter/media/post_attachments/uploads/2016/03/mao1.jpg)
mao
ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଅନକାଡ଼େଲି-ହନ୍ତାଲପୁଟ ରାସ୍ତାରେ ରବିବାର ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ମାଓବାଦୀମାନେ ୮ ଦଫା ଦାବି ନେଇ ଏହି ପୋଷ୍ଟର୍ ଓ ବ୍ୟାନର୍ ଲଗାଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସକୁ ଗାଁ ଗାଁରେ ପାଳନ କରିବାକୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଆହ୍ୱାନ କରିଛନ୍ତି। ତା’ସହ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ, ବାଲ୍ୟବିବାହ ପ୍ରଥା ବନ୍ଦ, ମଦ ବିରୋଧରେ ଲଢ଼େଇ ଓ ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ଶକ୍ତିଶାଳୀ କରିବା ଉପରେ ମାଓବାଦୀମାନେ ପୋଷ୍ଟରରେ ଲେଖିଛନ୍ତି। ପୋଷ୍ଟରରେ ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ବୋର୍ଡ ଡିଭିଜନ୍ ସିପିଆଇ କମିଟି ବୋଲି ଉଲ୍ଲେଖ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
