/odisha-reporter/media/post_attachments/uploads/2016/02/timi2.jpg)
timi
ପୁରୀ: ପୁରୀ ଜିଲ୍ଲା ମଙ୍ଗଳା ନଦୀ ମୁହାଁଣରୁ ମଙ୍ଗଳବାର ପୁଣି ଏକ ତିମିର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ତିମିର ଲମ୍ବ ପ୍ରାୟ ୩୮ଫୁଟ୍ ହେବ। ବନ ବିଭାଗ କର୍ତ୍ତୃପକ୍ଷ ଏହି ମୃତଦେହକୁ ଉଦ୍ଧାର କରିଛି। ତମିଟିର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଜାଣିବା ପରେ ତିମିର ମୃତଦେହକୁ ପୋତା ଯିବ ବୋଲି ପୁରୀ ଡିଏଫଓ କହିଛନ୍ତି।
Advertisment
ସୂଚନାଯୋଗ୍ୟ, ଫେବ୍ରୁଆରୀ ୯ ତାରିଖରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ମୋଟଗାଁ ନିକଟ ବେଳାଭୂମୀ ନିକଟରେ ଏକ ବିଶାଳ ତିମିର ଗଳିତ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତ ତିମିର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
