/odisha-reporter/media/post_attachments/uploads/2016/05/puri-7.jpg)
puri
ପୁରୀ: ପୁରୀ ସ୍ୱର୍ଗଦ୍ୱାର ପରିସରରେ ପାର୍କିଂ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଯାତ୍ରୀଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ଆଜି ପୁରୀ ପୌରସଂସ୍ଥା ପକ୍ଷରୁ ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ୬ଟି ଦୋକାନକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ଏହି ଦୋକାନଗୁଡ଼ିକୁ ଉଠାଇ ଦେବା ପାଇଁ ନୋଟିସ୍ ଜାରି କରାଯାଇଥିଲା।
Advertisment
ପ୍ରାୟ ୧୦୦ ଡେସିମିଲି ଜମିକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରାଯାଇଥିଲା। କିନ୍ତୁ ସେଠାରେ ପରବର୍ତ୍ତୀ ସମୟରେ ପୁରୀ ପୌରସଂସ୍ଥା ପକ୍ଷରୁ ଦୋକାନଗୃହ ନିର୍ମାଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେହି ୧୦୦ ଡେସିମିଲି ଜମି ଉପରେ ଦୋକାନଗୃହ ରହିଥିବା ଯୋଗୁଁ ସ୍ୱର୍ଗଦ୍ୱାର ସଂପୂର୍ଣ୍ଣ ସଙ୍କୁଚିତ ହୋଇପଡ଼ିଥିଲା। ତେଣୁ ସେହି ୬ଟି ଦୋକାନର ସ୍ୱୀକୃତିପତ୍ରକୁ ରଦ୍ଦ କରି ଉଚ୍ଛେଦ କରାଯାଇଛି ବୋଲି ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ସ୍ୱର୍ଗଦ୍ୱାରର ପରିସୀମାକୁ ଆହୁରି ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
