/odisha-reporter/media/post_attachments/uploads/2016/05/train-derailed.jpg)
train-derailed
ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନ୍ ନିକଟରେ ଆଜି ଭୋର ପ୍ରାୟ ୪ଟା ବେଳେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ଟି ଲାଇନ୍ଚ୍ୟୁତ ହେବା ଯୋଗୁଁ ତିନୋଟି ବଗି ଟ୍ରାକ୍ରୁ ଖସି ଯାଇଛି। ଟ୍ରେନ୍ଟି ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଚାରି ନମ୍ବର ଟ୍ରାକ୍ରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଥିବା ବେଳେ ଅନ୍ୟ ତିନିଟି ଟ୍ରାକ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି। ଅପରାହ୍ନ ୪ଟା ସୁଦ୍ଧା ଚାରି ନମ୍ବର ଟ୍ରାକ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
