Advertisment

ସୁବର୍ଣ୍ଣପୁର: ଧାନ ବିକ୍ରି ଦାବିରେ ରାସ୍ତା ଅବରୋଧ କଲେ ଚାଷୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଂଘିଜୁବା ଅଞ୍ଚଳର ଚାଷୀମାନେ ଧାନ ବିକ୍ରି ଦାବିରେ ଆଜି ବିନିକା ଡୁଙ୍ଗୁରୁପାଲି ରାସ୍ତା ଅବରୋଧ କରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ସମିତିର ନେତା ଶଙ୍କର ବାଗ୍ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି ଗାଡି ମଟର ଅଟକି ରହିଥିଲା। ବିନିକା ତହସିଲଦାର ଲକ୍ଷ୍ମୀକାନ୍ତ ସାହୁ ଏବଂ ଥାନା ଅଧିକାରୀ ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। […]

author-image
Rakesh Mallick
ଅଦ୍ୟତନ ହୋଇଛି
ସୁବର୍ଣ୍ଣପୁର: ଧାନ ବିକ୍ରି ଦାବିରେ ରାସ୍ତା ଅବରୋଧ କଲେ ଚାଷୀ

andolan

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଂଘିଜୁବା ଅଞ୍ଚଳର ଚାଷୀମାନେ ଧାନ ବିକ୍ରି ଦାବିରେ ଆଜି ବିନିକା ଡୁଙ୍ଗୁରୁପାଲି ରାସ୍ତା ଅବରୋଧ କରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ସମିତିର ନେତା ଶଙ୍କର ବାଗ୍ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି ଗାଡି ମଟର ଅଟକି ରହିଥିଲା। ବିନିକା ତହସିଲଦାର ଲକ୍ଷ୍ମୀକାନ୍ତ ସାହୁ ଏବଂ ଥାନା ଅଧିକାରୀ ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Advertisment

ଚଳିତ ରବି ଋତୁରେ  ସିଂଘିଜୁବା ପଞ୍ଚାୟତର କମିରା ଓ ଜାମପାଲି ମୌଜାର ଚାଷୀଙ୍କ ନାମ ତାଲିକାରେ ନ ଥିବାରୁ ଧାନ ମଣ୍ଡିରେ ଧାନ ବିକ୍ରି କରି ପାରି ନ ଥିଲେ।  ଏ ନେଇ ଚାଷୀମାନେ ସ୍ଥାନୀୟ ପ୍ୟାକ୍ସ ଅଧିକାରୀ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ।