କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି କେନ୍ଦ୍ରୀୟ ବିଦ୍ୟାଳୟ। ଏଠାରେ ଖାଲିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ସୋମବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ମୋଟ ପଦବୀ- ୬୯୯୦ ଆସିଷ୍ଟାଣ୍ଟ କମିଶନର୍‌-୫୨ ପ୍ରିନ୍ସିପାଲ-୨୩୯ ଭାଇସ୍‌-ପ୍ରିନ୍ସିପାଲ- ୨୦୩ ପୋଷ୍ଟ ଗ୍ରାଜୁଏଟ୍ ଟିଚର-୧୪୦୯ ଟିଜିଟି-୩୧୭୬ ଲାଇବ୍ରେରିଆନ୍‌-୩୫୫ ପିଆର୍‌ଟି(ମ୍ୟୁଜିକ୍‌)- ୩୦୩ ଫାଇନାନ୍ସ ଅଫିସର- […]

KV school

Madhupriya Mistry
  • Published: Saturday, 03 December 2022
  • , Updated: 03 December 2022, 01:03 PM IST

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି କେନ୍ଦ୍ରୀୟ ବିଦ୍ୟାଳୟ। ଏଠାରେ ଖାଲିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ସୋମବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

ମୋଟ ପଦବୀ- ୬୯୯୦

ଆସିଷ୍ଟାଣ୍ଟ କମିଶନର୍‌-୫୨
ପ୍ରିନ୍ସିପାଲ-୨୩୯

ଭାଇସ୍‌-ପ୍ରିନ୍ସିପାଲ- ୨୦୩
ପୋଷ୍ଟ ଗ୍ରାଜୁଏଟ୍ ଟିଚର-୧୪୦୯
ଟିଜିଟି-୩୧୭୬
ଲାଇବ୍ରେରିଆନ୍‌-୩୫୫
ପିଆର୍‌ଟି(ମ୍ୟୁଜିକ୍‌)- ୩୦୩
ଫାଇନାନ୍ସ ଅଫିସର- ୬
ଆସିଷ୍ଟାଣ୍ଟ ଇଂଜିନିୟର(ସିଭିଲ୍‌)- ୨
ଆସିଷ୍ଟାଣ୍ଟ ସେକ୍ସସନ୍ ଅଫିସର- ୧୫୬
ସିନିଅର ସେକ୍ରେଟେରିଆଟ୍ ଆସିଷ୍ଟାଣ୍ଟ- ୩୨୨
ଜୁନିିଅର ସେକ୍ରେଟେରିଆଟ୍ ଆସିଷ୍ଟାଣ୍ଟ-୭୦୨
ଷ୍ଟେନୋଗ୍ରାଫର ଗ୍ରେଡ୍‌-୨- ୫୪
ହିନ୍ଦୀ ଟ୍ରାନ୍ସଲେଟର୍‌-୧୧

କିଭଳି ହେବ ଚୟନ?
ଲିକ୍ଷିତ ପରୀକ୍ଷା, କମ୍ପ୍ୟୁଟର୍ ଟେଷ୍ଟ, ଡେମୋ କ୍ଲାସ, ଇଣ୍ଟରଭ୍ୟୁ ଓ ସ୍କିଲ ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଭାରତର ଯେକୌଣସି ସ୍ଥାନରେ ପୋଷ୍ଟିଂ ହୋଇପାରନ୍ତି।
ଯୋଗ୍ୟତା: ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ପ୍ରାର୍ଥୀମାନଙ୍କ ଯୋଗ୍ୟତା ଥିବା ଉଚିତ୍।

ମାସିକ ଦରମା: ସର୍ବାଧିକ ୨ ଲକ୍ଷ

କିଭଳି କରିବେ ଆଦେବନ?
ଇଚ୍ଛୁକ ପ୍ରାର୍ଥୀ କେନ୍ଦ୍ରୀୟ ବିଦ୍ୟାଳୟର ଅଫିସିଆଲ୍ ୱେବ୍ ସାଇଟ୍ www. kvsangathan.nic.in କୁ ଯାଇ ଆବେଦନ କରିପାରିବେ। ଆସନ୍ତା ଡିସେମ୍ବର ୫ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଡିସେମ୍ବର ୨୬ ଆବେଦନର ଶେଷ ତାରିଖ ରହିଛି।

Related story