Advertisment

ଷ୍ଟାଫ୍ ସିଲେକ୍ସନ୍ କମିଶନରୁ ହଟିନି ଦୁର୍ନୀତି ଓ ଅନିୟମିତତାର ଦାଗ !

ପିଲାଙ୍କୁ ଗ୍ରେସ ମାର୍କ ଦେବା ବାହାନାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି।

ssc

ssc

Advertisment

ବିଭିନ୍ନ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା କମର୍ଚାରୀ ପ୍ରବରଣ ଆୟୋଗ ବା ଷ୍ଟାଫ୍ ସିଲେକ୍ସନ୍ କମିଶନରେ ବିଭ୍ରାଟ ଓ ଅନିୟମିତତାରୁ ସନ୍ଦେହ ହଟିପାରିଲା ନାହିଁ। 23 ତାରିଖ ରବିବାର ଦିନ 6,025 ରିଜର୍ଭ ସ୍ନାତକ ଶିକ୍ଷକ ପଦ ପାଇଁ ପ୍ରାରମ୍ଭିକ ପରୀକ୍ଷାବେଳେ ଏଭଳି ତ୍ରୁଟି ଓ ଅନିୟମତିତା ଦେଖାଦେଇଛି। ରାଜ୍ୟର 207ଟି ପରୀକ୍ଷା କେନ୍ଦ୍ରରେ ସେଦିନ ପ୍ରାୟ 76 ହଜାର ପିଲା ପରୀକ୍ଷା ଦେଉଥିଲେ। ଏହି 6,025 ପଦରୁ 496ଟି ପ୍ରଶିକ୍ଷଣପ୍ରାପ୍ତ ସ୍ନାତକ ଓଡ଼ିଆ ଶିକ୍ଷକ ପଦ ବି ରହିଥିଲା।

Advertisment

ଷ୍ଟାଫ୍ ସିଲେକ୍ସସନ୍ କମିଶନର ଷ୍ଟାଣ୍ଡାର୍ଡ ଅପେରଟିଂ ପ୍ରୋସିଜିଅର୍ ବା ଏସ୍ଓପି ଅନୁଯାୟୀ ପରୀକ୍ଷାର ଅଧ ଘଣ୍ଟା ପୂର୍ବରୁ ଜିଲ୍ଲା ଟ୍ରେଜେରୀରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପ୍ୟାକେଟ୍ ଯାଇଥାଏ। ଆଉ ଏହି ପ୍ରଶ୍ନପତ୍ର ପ୍ୟାକେଟର ସିଲକୁ ପିଲାମାନଙ୍କ ଉପସ୍ଥିତିରେ ସିସିଟିଭି ନଜରରେ ଖୋଲାଯିବା କଥା। ମାତ୍ର ପିଲାମାନେ ଦେଖିଥିଲେ, ଅନେକ ଜାଗାରେ ପ୍ରଶ୍ନପତ୍ରର ସିଲକୁ ପୂର୍ବରୁ ଫଟାଇ ଦିଆଯାଇଥିଲା, କିମ୍ବା ସିଲଗୁଡ଼ିକ ଭୁଲ୍ ପାର୍ଶ୍ବରେ ଲଗାଯାଇଥିଲା। ଯାହାଦ୍ବାରା କି ପ୍ରଶ୍ନ ଛପା ହୋଇ ଆସିଥିବା ସ୍ଥାନରୁ ପ୍ରଶ୍ନପତ୍ର ଲିକ୍ ହେବାର ଆଶଙ୍କା ଏଡ଼ାଇ ଦେଇ ହେବ ନାହିଁ କହିଛନ୍ତି କିଛି ଅନେକ ପିଲା। ଢେଙ୍କାନାଳର ଅଂଶୁମାନ ଧଳ, ପୁରୀର ପ୍ରତୀକ୍ଷା ସାମଲ ଷ୍ଟାଫ୍ ସିଲେକ୍ସନ୍ କମିଶନର ପରୀକ୍ଷା ପରିଚଳନା ସନ୍ଦେହପୂର୍ଣ୍ଣ ରହୁଥିବା ଦର୍ଶାଇଛନ୍ତି।

ଅନେକ ସମୟରେ ଷ୍ଟାଫ୍‌ ସିଲେକ୍ସନ କମିଶନର ପ୍ରଶ୍ନପତ୍ରରେ ଏକାଧିକ ତ୍ରୁଟି ରହୁଥିବା ଦେଖାଯାଉଛି। ସେଥିପାଇଁ ପିଲାଙ୍କୁ ଗ୍ରେସ ମାର୍କ ଦେବା ବାହାନାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପଟରେ କେଉଁଭଳି ସଂସ୍ଥାଙ୍କୁ ପ୍ରଶ୍ନପତ୍ର ଛପାଇବାକୁ ଦିଆଯାଉଛି ଓ କାହିଁକି ଏସଓପିର ଉଲ୍ଲଂଘନ ହେଉଛି ସେ ନେଇ କର୍ତୃପକ୍ଷଙ୍କଠାରୁ ଉତ୍ତର ମିଳୁନାହିଁ। ମେଧାବୀ ପିଲାମାନେ ପରୀକ୍ଷାର ସ୍ବଚ୍ଛତା ନେଇ ସନ୍ଦୀହାନ ରହୁଛନ୍ତି। ଏହାର ନିରାକରଣ ପାଇଁ କର୍ତୃପକ୍ଷ ଚିନ୍ତିତ ନଥବା ଦେଖାଯାଉଛି କହିଛନ୍ତି ଆଡଭୋକେଟ୍ ରଜତ ମିଶ୍ର।

Advertisment

ଏ ନେଇ ଆମେ ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ଅଭୟଙ୍କ ପ୍ରତିକ୍ରିୟା ପାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ କ୍ୟାମେରା ସାମନାରେ କିଛି କହିବାକୁ ମନା କରିଥିଲେ।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନ୍‌ଗୋ

Odisha SSC OSSC Recruitment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe