ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ଥିତ ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। results.digilocker.gov.in ଓ results.odisha.gov.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ବିଜ୍ଞାନରେ ପାସ୍ ହାର ୮୭.୫୦% ରହିଥିବା ବେଳେ କଳାରେ ୮୦.୫୧% , ବାଣିଜ୍ୟରେ ୮୩.୨୦% ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୬୦.୫୭% ରହିଛି। ଏହି ସବୁ ପାଠ୍ୟକ୍ରମରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ରେଜଲ୍ଟ ଭଲ ହୋଇଛି।
ବିଜ୍ଞାନ
ବିଜ୍ଞାନରେ ନିୟମିତ (ରେଗୁଲାର) ଓ ପୂର୍ବ ନିୟମିତ (ଏକ୍ସ-ରେଗୁଲାର)କୁ ମିଶାଇ ମୋଟ ୧,୧୩,୯୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୯,୭୨୪ ଜଣ ପାସ୍ କରିଛନ୍ତି। ରେଗୁଲାରରେ ୯୨,୫୮୮ ଜଣ ପାସ୍ କରିଥିବା ବେଳେ ଏକ୍ସ-ରେଗୁଲାରରେ ୭୧୩୬ ଜଣ ପାସ୍ କରିଛନ୍ତି। ପାସ୍ ହାର ୮୭.୫୦% ରହିଛି।
ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ୫୮,୮୯୫ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ଉତ୍ତୀର୍ଣ୍ଣ ହୋଇଛନ୍ତି ୫୦,୯୪୩ ଜଣ। ଅର୍ଥାତ୍ ଛାତ୍ରଙ୍କ ପାସ୍ ହାର ୮୬.୪୯% ରହିଛି। ସେହିପରି ପରୀକ୍ଷା ଦେଇଥିବା ୫୫,୦୭୩ ଜଣ ଛାତ୍ରୀଙ୍କ ମଧ୍ୟରୁ ୪୮,୭୮୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅର୍ଥାତ୍ ପାସ୍ ହାର ୮୮.୫୭% ରହିଛି।
୧୯୦୬ ଜଣ ଛାତ୍ରଛାତ୍ରୀ ୯୦% ବା ତା’ଠାରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ୫୪,୯୪୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୬,୪୨୪ ଜଣ ଦ୍ୱିତୀୟ ଓ ୧୪,୯୫୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଆଂଶିକ ବର୍ଗରେ (କମ୍ପାର୍ଟମେଣ୍ଟାଲରେ) ପାସ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୩୯୮ ରହିଛି।
ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୯୭.୫୮% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ୭୧.୮୫% ପାସ୍ ହୋଇଛନ୍ତି। କୌଣସି ଛାତ୍ରଛାତ୍ରୀଙ୍କ ଫଳାଫଳ ସ୍ଥଗିତ ରଖାଯାଇ ନାହିଁ।
କଳା
କଳାରେ ରେଗୁଲାର, ଏକ୍ସ-ରେଗୁଲାର ଓ କରେସପଣ୍ଡେନ୍ସ ବା ଦୂର ନିରନ୍ତରକୁ ମିଶାଇ ମୋଟ ୨,୪୩, ୬୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧,୯୬,୧୭୧ ଜଣ ପାସ୍ ହୋଇଛନ୍ତି। ଅର୍ଥାତ୍ ୮୦.୫୧% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ୧,୮୪,୬୮୨ ଜଣ ରେଗୁଲାର ଛାତ୍ରଛାତ୍ରୀ ଅଛନ୍ତି।
ବିଜ୍ଞାନ ଭଳି କଳାରେ ମଧ୍ୟ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ମୋଟ ୧,୦୮,୨୦୯ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୭୮,୬୦୫ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ପାସ୍ ହାର ୭୨.୬୪% ରହିଛି। ସେହିପରି ପରୀକ୍ଷା ଦେଇଥିବା ୧,୩୫,୪୪୪ ଜଣ ଛାତ୍ରୀଙ୍କ ମଧ୍ୟରୁ ୧,୧୭,୫୬୬ ଜଣ ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୮୬.୮୦% ରହିଛି।
୧୭୧ ଜଣ ଛାତ୍ରଛାତ୍ରୀ ୯୦% ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ୪୦,୦୩୭ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୩୬,୮୬୬ ଦ୍ୱିତୀୟ ଓ ୧,୧୯,୧୬୮ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଆଂଶିକ ବର୍ଗ (କମ୍ପାର୍ଟମେଣ୍ଟାଲ)ରେ ୧୦୦ ଜଣ ପାସ୍ କରିଛନ୍ତି।
ବରଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୭.୬୦% ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୬୮.୧୩% ପାସ୍ କରିଥିଲେ। କୌଣସି ଛାତ୍ରଛାତ୍ରୀଙ୍କ ଫଳାଫଳ ସ୍ଥଗିତ ରହିନାହିଁ।
ବାଣିଜ୍ୟ
ବାଣିଜ୍ୟରେ ରେଗୁଲାର, ଏକ୍ସ-ରେଗୁଲାର, କରେସପଣ୍ଡେନ୍ସ ବା ଦୂର ନିରନ୍ତରରେ ମିଶି ମୋଟ ୨୫,୧୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦, ୮୯୨ ଜଣ ପାସ୍ ହୋଇଛନ୍ତି। ପାସ୍ ହାର ୮୩.୨୦% ରହିଛି। ରେଗୁଲାରରେ ୧୯,୩୩୪ ଜଣ ପାସ୍ କରିଥିବା ବେଳେ ଏକ୍ସ-ରେଗୁଲାରରେ ୧୫୩୩ ଓ ଦୂର ନିରନ୍ତରରେ ୨୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବିଜ୍ଞାନ ଓ କଳା ଭଳି ବାଣିଜ୍ୟରେ ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି। ପରୀକ୍ଷା ଦେଇଥିବା ୧୫,୮୭୬ ଜଣ ଛାତ୍ରଙ୍କ ମଧ୍ୟରୁ ୧୨,୯୭୩ ଜଣ ପାସ୍ କରିଛନ୍ତି। ପାସ୍ ହାର ୮୧.୭୧% ରହିଛି। ସେହିପରି ୯୨୩୨ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୯୧୯ ଜଣ ପାସ୍ କରିଛନ୍ତି। ପାସ୍ ହାର ୮୫.୭୭% ରହିଛି।
୯୦% ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି ୨୦୪ ଜଣ ଛାତ୍ରଛାତ୍ରୀ। ୬୯୩୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪୫୨୫ ଜଣ ଦ୍ୱିତୀୟ ଓ ୯୨୧୬ ଜଣ ତୃତୀୟ ଶ୍ରେଣୀରେ ପାସ୍ ହୋଇଛନ୍ତି। ଆଂଶିକ ବର୍ଗ (କମ୍ପାର୍ଟମେଣ୍ଟାଲ)ରେ ୨୨୧ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି।
ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୩.୭୧% ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୬୯.୧୯% ରହିଛି। କୌଣସି ଛାତ୍ରଛାତ୍ରୀଙ୍କ ଫଳାଫଳ ସ୍ଥଗିତ ରଖାଯାଇ ନାହିଁ।
ଧନ୍ଦାମୂଳକ ଶିକ୍ଷା
ଧନ୍ଦାମୂଳକ ଶିକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ୫୫୭୨ ଜଣ ପରୀକ୍ଷା ଦେଇଥିବା ବେଳେ ୩୩୭୫ ଜଣ ପାସ୍ କରିଛନ୍ତି। ପାସ୍ ହାର ୬୦.୫୭% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।
୨୭୯୩ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୫୫୬ ଜଣ ପାସ୍ କରିଛନ୍ତି। ଛାତ୍ରଙ୍କ ପାସ୍ ହାର ୫୫.୭୧% ରହିଛି। ସେହିଭଳି ୨୭୭୯ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୮୧୯ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ପାସ୍ ହାର ୬୫.୪୫% ରହିଛି।
ମାତ୍ର ଜଣେ ବିଦ୍ୟାର୍ଥୀ ୯୦% ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ୬୭୮ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୧୭୫୮ ଜଣ ଦ୍ୱିତୀୟ ଓ ୭୮୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।
ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୩.୮୩% ରହିଥିବା ବେଳେ ମାଲକାନଗିରିରେ ପାସ୍ ହାର ସର୍ବନିମ୍ନ ଶୂନ ପ୍ରତିଶତ ରହିଛି। କୌଣସି ଛାତ୍ରଛାତ୍ରୀଙ୍କ ଫଳାଫଳ ସ୍ଥଗିତ ରଖାଯାଇନାହିଁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।