ମେ’ ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଦ୍ୱାଦଶ ବା ଯୁକ୍ତ ଦୁଇ ରେଜଲ୍ଟ। ଏଥର ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ଘୋଷଣା କରାଯିବ। ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) କାର୍ଯ୍ୟାଳୟ ପରିସରରେ ଫଳାଫଳ ପ୍ରକାଶ କରାଯିବ। CHSE ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।
Also Read
ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ସେମାନଙ୍କର HS School e-space ଓ Digilockerରୁ ମଧ୍ୟ ଫଳାଫଳ ପାଇପାରିବେ।
ଗତ ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
OSSC ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି! ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଆଣିଲେ ଛାତ୍ର
ବାଲେଶ୍ୱରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ସମୟ ପୂର୍ବରୁ ପ୍ରଶ୍ନପତ୍ର ସିଲ୍ ଖୋଲି ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି।
Education
ଏକାଥରକେ ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ବଦଳି: ପ୍ରଭାବିତ ହେବ ବରିଷ୍ଠତା, ଗୋଟିଏ ଜିଲ୍ଲାରେ ରହିବେ ପତିପତ୍ନୀ
ରାଜ୍ୟସ୍ତରୀୟ ବଦଳି କମିଟିର ସୁପାରିଶ ଆଧାରରେ ବିଭିନ୍ନ ଜିଲ୍ଲାରେ ପ୍ରଧାନଶିକ୍ଷକ, ଆସିଷ୍ଟାଣ୍ଟ ଶିକ୍ଷକ, କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ(ସ୍କିମେଟିକ୍) ବର୍ଗର ୬୬୦ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି ।
Education
ପ୍ରଫେସନାଲ ଏମବିବିଏସ୍ ରେଜଲ୍ଟ ପ୍ରକାଶିତ: ଶୁଭଲକ୍ଷ୍ମୀ ପାଢ଼ୀ ଟପ୍ପର
୨୦୨୩-୨୪ ଶିକ୍ଷାବର୍ଷରେ ଏହି ପରୀକ୍ଷାରେ ଭବାନୀପାଟଣାର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତର ଶୁଭଲକ୍ଷ୍ମୀ ପାଢ଼ୀ ଟପ୍ପର ହୋଇଛନ୍ତି ।
Education
ଆଜି ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି
ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ନେଇ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
Education
ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ବୋର୍ଡ
ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ।