ପତ୍ନୀଙ୍କ ଜାସୁସୀ କରୁଛନ୍ତି ଖିଲାଡି କୁମାର

ମୁମ୍ବାଇ: ବିବାହର ଦୀର୍ଘ ବର୍ଷ ପରେ ବି ପତ୍ନୀଙ୍କ ଜାସୁସୀ କରୁଛନ୍ତି ଖିଲାଡି କୁମାର। ପତ୍ନୀ ଟ୍ୱିଙ୍କିଲ ଖନ୍ନାଙ୍କ ଉପରେ ରଖୁଛନ୍ତି କଡ଼ା ନଜର । ଘର ନୁହେଁ ତାଙ୍କ ପିଛା କରି ବିଦେଶରେ ବି ପହଞ୍ଚି ଯାଉଛନ୍ତି ଅକ୍ଷୟ କୁମାର। ପତ୍ନୀଙ୍କ ଉପରେ ସନ୍ଦେହ କରୁଛନ୍ତି କି ବଲିଉଡର ଏହି ହ୍ୟାଣ୍ଡସମ୍‌ ହିରୋ ? ସତ କହିବାକୁ ଗଲେ ଟ୍ୱିଙ୍କିଲ ଖନ୍ନାଙ୍କୁ ଏବେ ପାଠପଢ଼ା ନିଶା ଘାରିଛି। ତେଣୁ ସେ ଘର, ସ୍ୱାମୀ ଓ ପିଲାଙ୍କୁ […]

couple

  • Published: Friday, 18 November 2022
  • , Updated: 18 November 2022, 09:38 AM IST

ମୁମ୍ବାଇ: ବିବାହର ଦୀର୍ଘ ବର୍ଷ ପରେ ବି ପତ୍ନୀଙ୍କ ଜାସୁସୀ କରୁଛନ୍ତି ଖିଲାଡି କୁମାର। ପତ୍ନୀ ଟ୍ୱିଙ୍କିଲ ଖନ୍ନାଙ୍କ ଉପରେ ରଖୁଛନ୍ତି କଡ଼ା ନଜର । ଘର ନୁହେଁ ତାଙ୍କ ପିଛା କରି ବିଦେଶରେ ବି ପହଞ୍ଚି ଯାଉଛନ୍ତି ଅକ୍ଷୟ କୁମାର। ପତ୍ନୀଙ୍କ ଉପରେ ସନ୍ଦେହ କରୁଛନ୍ତି କି ବଲିଉଡର ଏହି ହ୍ୟାଣ୍ଡସମ୍‌ ହିରୋ ?

ସତ କହିବାକୁ ଗଲେ ଟ୍ୱିଙ୍କିଲ ଖନ୍ନାଙ୍କୁ ଏବେ ପାଠପଢ଼ା ନିଶା ଘାରିଛି। ତେଣୁ ସେ ଘର, ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ନିଜ ମାଷ୍ଟର ଡିଗ୍ରୀ କରିବାକୁ ବିଦେଶ ଯାଇଛନ୍ତି। ଟ୍ୱିଙ୍କିଲଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ପରିବାର ବି ପୂରା ସମର୍ଥନ କରୁଛନ୍ତି।

ୟୁନିଭରସିଟିରେ ଟ୍ୱିଙ୍କିଲ ପୂରାପୂରି ଷ୍ଟୁଡେଣ୍ଟ ଲାଇଫ୍‌ ବଞ୍ଚୁଛନ୍ତି। ସେଠାରେ କାନ୍ଧରେ ବ୍ୟାଗ ପକାଇ ହାତରେ ବହି ଧରି କ୍ଲାସ୍‌ରେ ବସୁଛନ୍ତି। ଏହାପରେ ସନ୍ଧ୍ୟାରେ ନିଜ ପାଠପଢ଼ା ଉପରେ ବି ଧ୍ୟାନ ଦେଉଛନ୍ତି ।

ଏହା ମଧ୍ୟରେ ପତ୍ନୀଙ୍କୁ ମିସ୍‌ କରୁଥିବା ଖିଲାଡି କୁମାର ପତ୍ନୀଙ୍କ ୟୁନିଭରସିଟିରେ ପହଞ୍ଚି ତାଙ୍କୁ ସରପ୍ରାଇଜ ଦେଇଛନ୍ତି। ଏନେଇ ଟ୍ୱିଙ୍କିଲଙ୍କୁ କିଛି ଖବର ନ ଥିବା ବେଳେ ସ୍ୱାମୀ ତାଙ୍କ ଜାସୁସୀ କରିବାକୁ ପହଞ୍ଚିଥିବା କହିଛନ୍ତି। ଏହାପରେ ଉଭୟ ହାତ ଧରାଧରି ହୋଇ ୟୁନଭରସିଟି କ୍ୟାମ୍ପସ୍‌ରେ ବୁଲିବା ସହ ଖୁବ୍‌ ଏନଜୟ ବି କରିଥିବାର ଟ୍ୱିଙ୍କଲ ପୋଷ୍ଟ କରିଛନ୍ତି।

ବଲିଉଡର ସୁପରଷ୍ଟାର ରାଜେଶ ଖନ୍ନାଙ୍କ ଝିଅ ଟ୍ୱିଙ୍କିଲ ଜଣେ ଭଲ ଷ୍ଟୁଡେଣ୍ଟ ଥିବା ବେଳେ ଅଭିନେତ୍ରୀ ଭାବେ କିନ୍ତୁ କ୍ଲିକ୍‌ କରିପାରି ନ ଥିଲେ। ହେଲେ   ଜଣେ ଲେଖିକା ଭାବେ ସେ ବେଶ୍‌ ପପୁଲାର ହୋଇ ପାରିଥିଲେ। ଏବେ ତାଙ୍କୁ ଘାରିଛି ପାଠପଢ଼ା ଚିନ୍ତା।

Related story