Advertisment

ପୁଣି ଆଇସିୟୁରେ ଭର୍ତ୍ତି ହେଲେ ରାହୁଲ

ମୁମ୍ବାଇ: ଆଶିକି ଫେମ ତଥା ବଲିଉଡ ଅଭିନେତା ରାହୁଲ ରୟଙ୍କ ଅବସ୍ଥା ପୁଣି ଥରେ ଗୁରୁତର ହୋଇଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଫିଲ୍ମ ‘ଏଲଏସି-ଲିଭ ଦ ବ୍ୟାଟଲ୍’ର ଶୁଟିଂ ସମୟରେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିବା ରାହୁଲ ରୟ ଧୀରେ ଧୀରେ ଠିକ ହେଉଛନ୍ତି । କିନ୍ତୁ ତାଙ୍କ ଲକ୍ଷଣ ଡାକ୍ତରଙ୍କ ଚିନ୍ତା ବଢ଼ାଇ ଦେଇଛି । ରାହୁଲଙ୍କ ହାର୍ଟ ବିଟ୍ […]

author-image
Madhupriya Mistry
ପୁଣି ଆଇସିୟୁରେ ଭର୍ତ୍ତି ହେଲେ ରାହୁଲ

rahul-roy

ମୁମ୍ବାଇ: ଆଶିକି ଫେମ ତଥା ବଲିଉଡ ଅଭିନେତା ରାହୁଲ ରୟଙ୍କ ଅବସ୍ଥା ପୁଣି ଥରେ ଗୁରୁତର ହୋଇଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

Advertisment

ଫିଲ୍ମ ‘ଏଲଏସି-ଲିଭ ଦ ବ୍ୟାଟଲ୍’ର ଶୁଟିଂ ସମୟରେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିବା ରାହୁଲ ରୟ ଧୀରେ ଧୀରେ ଠିକ ହେଉଛନ୍ତି । କିନ୍ତୁ ତାଙ୍କ ଲକ୍ଷଣ ଡାକ୍ତରଙ୍କ ଚିନ୍ତା ବଢ଼ାଇ ଦେଇଛି । ରାହୁଲଙ୍କ ହାର୍ଟ ବିଟ୍ ରେଟ୍ କମି ଯାଇଥିବାରୁ ତାଙ୍କୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ରାହୁଲ ରାୟଙ୍କ ଚିକିତ୍ସା କରୁଥିବା ଡାକ୍ତର ପବନ ପାଇ କହିଛନ୍ତି, ରାହୁଲ ଧୀରେ ଧୀରେ ଠିକ୍ ହେଉଛନ୍ତି କିନ୍ତୁ ତାଙ୍କୁ କଥା କହିବାରେ ସମସ୍ୟା ହେଉଛି। ତାଙ୍କ ଡାହାଣ ପାର୍ଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ କାମ କରୁନାହିଁ। ହାର୍ଟ ବିଟ୍ ରେଟ୍ କମ ଯୋଗୁଁ ତାଙ୍କୁ ଆଇସିୟୁରେ ଆଡମିଟ୍ କରିବାକୁ ପଡ଼ିଛି। ଏହା କେବଳ ଗୋଟିଏ ଦିନ ପାଇଁ। ଏହା ପରେ ତାଙ୍କୁ ଆଇସିୟୁରୁ ବାହାର କରି ଦିଆଯିବ ବୋଲି ସେ କହିଛନ୍ତି । ରାହୁଲଙ୍କ ସ୍ପିଚ୍ ଥେରାପି ମଧ୍ୟ ବିଶେଷଜ୍ଞଙ୍କ ଦେଖାଶୁଣାରେ ଚାଲିଛି।

Advertisment


୨୧ ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଥିବା ରାହୁଲଙ୍କ ଶୁକ୍ରବାର ବ୍ରେନ ଏବଂ ହାର୍ଟର ଏଞ୍ଜିଓଗ୍ରାଫି କରାଯାଇଛି । ଏନେଇ ରାହୁଲ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି । ଏହି ଭିଡିଓରେ ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କା ସହ ନଜର ଆସିଛନ୍ତି ।

ସୂଚନା ଯୋଗ୍ୟ ଯେ, ରାହୁଲ୍ କାରଗିଲ ଘାଟିରେ ବିଯୁକ୍ତ ୧୨ଡିଗ୍ରୀ ତାପମାତ୍ରାରେ  ଫିଲ୍ମ ‘ଏଲଏସି-ଲିଭ ଦ ବ୍ୟାଟଲ୍’ର ଶୁଟିଂ କରୁଥିଲେ। ଏହି ସମୟରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ୨ଦିନ ପୂର୍ବରୁ ଏୟାରଲିଫ୍ଟରେ ଶ୍ରୀନଗରରୁ ମୁମ୍ବାଇ ଅଣାଯାଇଥିଲା।

Bollywood Rahul Roy