ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ମାମଲା, ଜେଲ୍‌ରେ ଆତ୍ମହତ୍ୟା କଲା ଅଭିଯୁକ୍ତ

ଏପ୍ରିଲ ୧୪ ତାରିଖ ଭୋରୁ ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲେ।

salman-khan-firing-suicide

ଅଭିନେତା ସଲମାନ ଖାନ୍‌ ଓ ଅଭିଯୁକ୍ତ ଅନୁଜ ଥାପାନ ଏବଂ ସୁଭାଷ

Madhupriya Mistry
  • Published: Wednesday, 01 May 2024
  • Updated: 01 May 2024, 03:55 PM IST

Sports

Latest News

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ଼ କରିବା ଘଟଣାରେ ସାମ୍ନାକୁ ଆସିଛି ଏକ ବଡ ଅପଡେଟ୍‌। ଏହି ମାମଲାରେ ଅଭିଯୁକ୍ତ ଥିବା ଅନୁଜ ଥାପାନ୍‌ ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ୍‌ କରିଥିଲା।  ତା' ଅବସ୍ଥା ଗୁରୁତର ଥିବାରୁ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ସେଠାରେ ତା'ର ମୃତ୍ୟୁ ହୋଇଛି।

ଅଭିଯୁକ୍ତ ଅନୁଜ ଥାପାନକୁ ପଚରାଉଚରା ପାଇଁ ମୁମ୍ବାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ କ୍ରାଇମ ବ୍ରାଞ୍ଚ ଅଫିସ ଲକ୍‌ଅପ୍‌ରେ ରଖାଯାଇଥିଲା। ଏଠାରେ ହିଁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଏପ୍ରିଲ ୧୪ ତାରିଖ ଭୋରୁ ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ ହୋଇଥିଲା। ଦୁଇ ଜଣ ବାଇକ୍‌ରେ ଆସି ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲେ। ଏହି ମାମଲରେ ପୁଲିସ ଧାରା ୩୦୭ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହାପରେ ଏପ୍ରିଲ ୧୬ ତାରିଖରେ ବିକ୍କି ଗୁପ୍ତା ଓ ସାଗର ପାଲଙ୍କୁ ଗୁଜରାଟ ଭୁଜରୁ ଗିରଫ କରିଥିଲା। ଗୁପ୍ତା ବାଇକ୍‌ ଚଳାଉଥିବା ବେଳେ ପାଲ ସଲମାନଙ୍କ ଘରକୁ ଉପରକୁ ଗୁଳିମାଡ କରିଥିବା ଅଧିକାରୀମାନେ କହିଛନ୍ତି।

ଏମାନଙ୍କୁ ଅନୁଜ ଥାପାନ ହିଁ ବନ୍ଧୁକ ଯୋଗାଇଥିଲା। ପୁଲିସ ପଞ୍ଜାବରୁ ଅନୁଜ ଥାପାନଙ୍କ ସମେତ ସୋନୁ ସୁଭାଷ ଚନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଥିଲା। ଏହାପରେ ଉଭୟଙ୍କୁ ମୁମ୍ବାଇ ଅଣାଯାଇଥିଲା। ଅନୁଜ ଥାପାନ ଜଣେ ଟ୍ରକ୍‌ ହେଲ୍‌ପର ଭାବେ କାମ କରେ। ସେହିପରି ସୁଭାଷ ଚାଷ କାମ କରେ। ଅନୁଜଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ସେ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ ସହ ଜଡିତ ଥିବା ମଧ୍ୟ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story