Advertisment

ଆଲିଆଙ୍କ ଗଡ୍ ଫାଦର କରଣ, ତେଣୁ ତାଙ୍କୁ ଫିଲ୍ମ ମିଳେ: ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ। ସେ ତାଙ୍କ ଫିଲ୍ମ କ୍ୟାରିୟରକୁ ନେଇ ଏବେ ଲାଇମ୍‌ ଲାଇଟ୍‌ରେ ଅଛନ୍ତି। ‘ଷ୍ଟୁଡେଣ୍ଟ ଅଫ୍‌‌ଦ ଇୟର’ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଆଲିଆ ବି-ଟାଉନ୍‌କୁ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି। ‘ହାଇୱେ’ ଠାରୁ ‘ଗଙ୍ଗୁ ବାଇ କାଠିଆୱାଡି’ ପର୍ଯ୍ୟନ୍ତ ସେ ନିଜ ଦମଦାର ଅଭିନୟ ବଳରେ ଦର୍ଶକ ହୃଦୟରେ ରାଜ କରୁଛନ୍ତି। ଏବେ ଓଟିଟି ଓ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଲିଆଙ୍କ ଗଡ୍ ଫାଦର କରଣ, ତେଣୁ ତାଙ୍କୁ ଫିଲ୍ମ ମିଳେ: ଐଶ୍ୱର୍ଯ୍ୟା

aishwarya rai and alia bhatt

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ। ସେ ତାଙ୍କ ଫିଲ୍ମ କ୍ୟାରିୟରକୁ ନେଇ ଏବେ ଲାଇମ୍‌ ଲାଇଟ୍‌ରେ ଅଛନ୍ତି। 'ଷ୍ଟୁଡେଣ୍ଟ ଅଫ୍‌‌ଦ ଇୟର' ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଆଲିଆ ବି-ଟାଉନ୍‌କୁ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି। 'ହାଇୱେ' ଠାରୁ 'ଗଙ୍ଗୁ ବାଇ କାଠିଆୱାଡି' ପର୍ଯ୍ୟନ୍ତ ସେ ନିଜ ଦମଦାର ଅଭିନୟ ବଳରେ ଦର୍ଶକ ହୃଦୟରେ ରାଜ କରୁଛନ୍ତି। ଏବେ ଓଟିଟି ଓ ହଲିଉଡ ଫିଲ୍ମ 'ହାର୍ଟ ଅଫ୍‌ ଷ୍ଟୋନ୍‌'ରେ ଡେବ୍ୟୁ କରିବା ପରେ ତାଙ୍କ ନାଁ ବଲିଉଡର ସଫଳ ଅଭିନେତ୍ରୀଙ୍କ ଲିଷ୍ଟର ଶୀର୍ଷରେ ଅଛି। ତେବେ ଆଲିଆ ଭଟ୍ଟଙ୍କ ଏତେ ସଫଳତାକୁ ନେଇ ମୁହଁ ଖୋଲିଛନ୍ତି ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ।

Advertisment

ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଛନ୍ତି, ଆଲିଆ ଭଟ୍ଟଙ୍କ ଗଡ୍‌ ଫାଦର୍‌ ହେଉଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର। ଆଲିଆ ଜଣେ ମହାନ ଅଭିନେତ୍ରୀ। ଆଲିଆ ବହୁତ ଆଗକୁ ଯିବା ଉଚିତ୍। ମୁଁ ତାଙ୍କ କାମକୁ ପ୍ରଶଂସା କରୁଛି। କିନ୍ତୁ ତାଙ୍କୁ କରଣ ଜୋହରଙ୍କ ଖୁବ୍‌ ସପୋର୍ଟ ମିଳୁଛି। କାରଣ ସେ ଆଲିଆଙ୍କୁ ଫିଲ୍ମରେ ଲଞ୍ଚ କରିଥିଲେ। ଆରମ୍ଭରୁ କରଣ ତାଙ୍କୁ ସମର୍ଥନ କରୁଥିବାରୁ ବି-ଟାଉନ୍‌ରେ ତାଙ୍କର କୌଣସି ଅସୁବିଧା ହୋଇନାହିଁ। କରଣଙ୍କ ଯୋଗୁ ଆଲିଆଙ୍କୁ ସବୁ ଫିଲ୍ମ ମଳେ। ତାଙ୍କ ହାତକୁ ହିଁ ବଡ଼ ବଡ଼ ଫିଲ୍ମ ଆସେ।

https://twitter.com/bubblesbublu/status/1564115505543368706?s=20&t=LMnNWAR0-hEP9Fob7F41cA

Advertisment

ଐଶ୍ୱର୍ଯ୍ୟା ଆଲିଆଙ୍କୁ ନେଇ ଦେଇଥିବା ଏହି ମନ୍ତବ୍ୟ ହେଉଛି ୪ ବର୍ଷ ପୁରୁଣା। ୪ ବର୍ଷ ପୂର୍ବେ ସେ ତାଙ୍କ ଫିଲ୍ମ 'ଫନ୍ନେ ଖାନ୍' ପ୍ରମୋସନ ବେଳେ ଆଲିଆ ଭଟ୍ଟଙ୍କ ଆକ୍ଟିଂ ଓ ସଫଳତାକୁ ନେଇ ଏହା କହିଥିଲେ। ଐଶ୍ୱର୍ଯ୍ୟା ରାୟଙ୍କ ଏହି ପୁରୁଣା ଭିଡିଓଟି ଏବେ ହଠାତ୍‌ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ପଟେ ଆଲିଆଙ୍କ 'ବ୍ରହ୍ମାସ୍ତ୍ର' ରିଲିଜ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ଐଶ୍ୱର୍ଯ୍ୟାଙ୍କ ଫିଲ୍ମ 'ପେନ୍ନୟନ ସେଲଭନ୍‌-୧' ରିଲିଜ ଅପେକ୍ଷାରେ ରହିଛି। ବ୍ରହ୍ମାସ୍ତ୍ର ଆସନ୍ତା କାଲି ରିଲିଜ ହେବ। ସେହିପରି 'ପେନ୍ନୟନ ସେଲଭନ୍‌-୧' ସେପ୍ଟେମ୍ବର ୩୦ ତାରିଖରେ ପରଦାକୁ ଆସିବ।