Advertisment

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଅକ୍ଷୟ

ମୁମ୍ବାଇ: ହାରିଲା ମହାମାରୀ କରୋନା, ଜିତିଲେ ଖିଲାଡ଼ି ଷ୍ଟାର୍‌। ସୁସ୍ଥ ହେଲେ ଅକ୍ଷୟ କୁମାର। ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଲେ। କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିନେତା ଅକ୍ଷୟ କୁମାର ଦୀର୍ଘ ୭ ଦିନ ପରେ ଘରକୁ ଫେରିଛନ୍ତି। ଏନେଇ ତାଙ୍କ ପତ୍ନୀ ଟ୍ୱିଙ୍କିଲ ଖନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଟ୍ୱିଙ୍କିଲ ନିଜ ଇନ୍‌ଷ୍ଟାଗ୍ରାମରେ ଏକ କାର୍ଟୁନ୍‌ ଫଟୋ ସେଆର କରି, ଅକ୍ଷୟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ଘରକୁ […]

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଅକ୍ଷୟ

Akshya Kumar

Advertisment

ମୁମ୍ବାଇ: ହାରିଲା ମହାମାରୀ କରୋନା, ଜିତିଲେ ଖିଲାଡ଼ି ଷ୍ଟାର୍‌। ସୁସ୍ଥ ହେଲେ ଅକ୍ଷୟ କୁମାର। ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଲେ। କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିନେତା ଅକ୍ଷୟ କୁମାର ଦୀର୍ଘ ୭ ଦିନ ପରେ ଘରକୁ ଫେରିଛନ୍ତି। ଏନେଇ ତାଙ୍କ ପତ୍ନୀ ଟ୍ୱିଙ୍କିଲ ଖନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

Advertisment

ଟ୍ୱିଙ୍କିଲ ନିଜ ଇନ୍‌ଷ୍ଟାଗ୍ରାମରେ ଏକ କାର୍ଟୁନ୍‌ ଫଟୋ ସେଆର କରି, ଅକ୍ଷୟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ଘରକୁ ଫେରିଥିବା ନେଇ ଇସାରା ଦେଇଛନ୍ତି।  ଅକ୍ଷୟ କୁମାରଙ୍କୁ ଦେଖି ଘରେ ସମସ୍ତେ ଖୁସି ଥିବା ମଧ୍ୟ ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହେବା ପରେ ଗତ ରବିବାର ଦିନ ତାଙ୍କୁ ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଥିଲେ। ସେ ଲେଖିଥିଲେ ଯେ, `ତୁମମାନଙ୍କ ପ୍ରାର୍ଥନା ପ୍ରଭାବିତ ହେଉଛି। ମୁଁ ଭଲ ଅଛି କିନ୍ତୁ ସତର୍କତାମୂଳକ ଭାବେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଛି। ମୋତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, କିନ୍ତୁ ଶୀଘ୍ର ମୁଁ ଫେରି ଆସିବି।'

Advertisment

ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ଅଯୋଧ୍ୟାରେ ତାଙ୍କ ଅପ୍‌କମିଂ ଫିଲ୍ମ `ରାମ ସେତୁ'ର ଶୁଟିଂ କରୁଥିଲେ। ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅକ୍ଷୟଙ୍କ ବ୍ୟତୀତ ଫିଲ୍ମ `ରାମ ସେତୁ'ର ଅନ୍ୟ ୪୫ ଜଣ ଜୁନିଆର ଆର୍ଟିଷ୍ଟ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ ଫେଡରେସନ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍‌ର ଜେନେରାଲ ସେକ୍ରେଟାରୀ ଅଶୋକ ଦୁବେ ସୂଚନା ଦେଇଥିଲେ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe