Advertisment

ହ୍ରିତିକ୍‌ଙ୍କ ଗୀତରେ ଧୁମ୍‌ ନାଚିଲେ ଆଶା, ଭିଡିଓ ଭାଇରାଲ

ମୁମ୍ବାଇ: ୮୭ ବର୍ଷ ବୟସରେ ବି ପୁରା ଫିଟ୍‌ ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସ୍‌ଲେ। ମ୍ୟୁଜିକ୍‌ର ତଳେ ତଳେ ନାଚୁଛନ୍ତି ଅଶା, ସେ ପୁଣି ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନ୍‌ଙ୍କ ସୁପର ହିଟ୍‌ ଗୀତରେ।  ସେ ଏଥିରେ ହ୍ରିତିକ୍‌ଙ୍କୁ ପୁରା କପି କରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି। ସୋଶାଲ ମିଡିଆରେ ଆଶାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ଜୋର୍‌ ସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଶା ନୀଳ ରଙ୍ଗ ଶାଢ଼ୀ ପିନ୍ଧିଛନ୍ତି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ହ୍ରିତିକ୍‌ଙ୍କ ଗୀତରେ ଧୁମ୍‌ ନାଚିଲେ ଆଶା, ଭିଡିଓ ଭାଇରାଲ

Asha Bhosle

ମୁମ୍ବାଇ: ୮୭ ବର୍ଷ ବୟସରେ ବି ପୁରା ଫିଟ୍‌ ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସ୍‌ଲେ। ମ୍ୟୁଜିକ୍‌ର ତଳେ ତଳେ ନାଚୁଛନ୍ତି ଅଶା, ସେ ପୁଣି ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନ୍‌ଙ୍କ ସୁପର ହିଟ୍‌ ଗୀତରେ।  ସେ ଏଥିରେ ହ୍ରିତିକ୍‌ଙ୍କୁ ପୁରା କପି କରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି। ସୋଶାଲ ମିଡିଆରେ ଆଶାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ଜୋର୍‌ ସୋର୍‌ରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ଅଶା ନୀଳ ରଙ୍ଗ ଶାଢ଼ୀ ପିନ୍ଧିଛନ୍ତି। ଏକ ଷ୍ଟେଜ୍‌ ଉପରରେ ହ୍ରିତିକ୍‌ ରୋଶନ୍‌ଙ୍କ `ଏକ ପଲ୍‌ କା ଜିନା' ଗୀତର ସିଗ୍ନେଚର ଷ୍ଟେପ୍‌ କରୁଛନ୍ତି ବଲିଉଡର ଏହି ଭେଟେରାନ୍‌ ଗାୟିକା। ଆଶାଙ୍କ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ଚକିତ ହୋଇପଡିଛନ୍ତି।  ନିଜ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି ସେମାନେ।

ଫିଲ୍ମ ଫେଆର ପକ୍ଷରୁ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେଆର କରାଯାଇଛି। ଭିଡିଓଟି ଭାଇରାଲ ହେବା ସହ ଏହାକୁ ଏଯାଏଁ ୧୦ ହଜାରରୁ ଅଧିକ ଲାଇକ୍ସ ଓ କେମଣ୍ଟ ମଧ୍ୟ ମିଳିସାରିଲାଣି। ଜଣେ ୟୁଜର୍ସ କେମଣ୍ଟ କରି ଆଶା ଭୋସ୍‌ଲେଙ୍କ ଡ୍ୟାନ୍ସର ପ୍ରଶଂସା କରିଛନ୍ତି। ଯେକେୌଣସି ବି ଫିଲ୍ଡ ହେଉ ନା କାହିଁକି ଆପଣ ସବୁଥିରେ ମାହିର ବୋଲି ସେ କହିଛନ୍ତ।

Advertisment

ସୂଚନା ମୁତାବକ ବଲିଉଡ ଗାୟିକା ଆଶା ଭୋସ୍‌ଲେଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ। ତାଙ୍କ ଗୀତକୁ ଲୋକେ ଆଜି ବି ପସନ୍ଦ କରନ୍ତି। ସେ ବଲିଉଡକୁ ଅନେକ ସୁପର୍‌ହିଟ୍‌ ଗୀତ ଭେଟି ଦେଇଛନ୍ତି। ନିକଟରେ ତାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ର ଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି।

View this post on Instagram

A post shared by Filmfare (@filmfare)

Bollywood