Advertisment

ଆମୀରଙ୍କ ସମେତ ୪ଜଣଙ୍କୁ ଲିଗାଲ୍ ନୋଟିସ୍

ମୁମ୍ବାଇ: ବଢ଼ିଲା ବଲିଉଡ ଷ୍ଟାରଙ୍କ ଅଡୁଆ। ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ସମେତ ୪ ଜଣଙ୍କୁ କୋର୍ଟ ଫଠାଇଲେ ଲିଗାଲ ନୋଟିସ୍। ମଲ୍ହା ସମ୍ପ୍ରଦାୟର ଲୋକଙ୍କୁ ଅପମାନ କରିଥିବା ଅଭିଯୋଗରେ କୋର୍ଟ ଏହି ନୋଟିସ ପଠାଇଛନ୍ତି। ସୂଚନାଯୋଗ୍ୟ ଯଆ, ୨୦୧୮ ଦୀପାବଳି ଅବସରରେ ଫିଲ୍ମ ‘ଠଗସ୍ ଅଫ୍ ହିନ୍ଦୁସ୍ତାନ’ ରିଲିଜ ହୋଇଥିଲା। ତେବେ ରିଲିଜ ହେବା ପୂର୍ବରୁ ହିଁ ଏହି ଫିଲ୍ମଟି ଚର୍ଚ୍ଚାରେ ରହିଥିଲା। ହଲିଉଡ ଫିଲ୍ମ ‘ପାଇରଟସ୍ ଅଫ ଦା କରେବିଆନ’ରୁ କପି କରାଯାଇଥିବା ନେଇ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆମୀରଙ୍କ ସମେତ ୪ଜଣଙ୍କୁ ଲିଗାଲ୍ ନୋଟିସ୍

Amir-Khan

ମୁମ୍ବାଇ: ବଢ଼ିଲା ବଲିଉଡ ଷ୍ଟାରଙ୍କ ଅଡୁଆ। ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ସମେତ ୪ ଜଣଙ୍କୁ କୋର୍ଟ ଫଠାଇଲେ ଲିଗାଲ ନୋଟିସ୍। ମଲ୍ହା ସମ୍ପ୍ରଦାୟର ଲୋକଙ୍କୁ ଅପମାନ କରିଥିବା ଅଭିଯୋଗରେ କୋର୍ଟ ଏହି ନୋଟିସ ପଠାଇଛନ୍ତି।

Advertisment

ସୂଚନାଯୋଗ୍ୟ ଯଆ, ୨୦୧୮ ଦୀପାବଳି ଅବସରରେ ଫିଲ୍ମ ‘ଠଗସ୍ ଅଫ୍ ହିନ୍ଦୁସ୍ତାନ’ ରିଲିଜ ହୋଇଥିଲା। ତେବେ ରିଲିଜ ହେବା ପୂର୍ବରୁ ହିଁ ଏହି ଫିଲ୍ମଟି ଚର୍ଚ୍ଚାରେ ରହିଥିଲା। ହଲିଉଡ ଫିଲ୍ମ ‘ପାଇରଟସ୍ ଅଫ ଦା କରେବିଆନ’ରୁ କପି କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ସେପଟେ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ସେତେଟା ସଫଳ ହୋଇପାରିନଥିଲା।  ଦର୍ଶକମାନେ ଏହି ଫିଲ୍ମକୁ ନେଇ ନିରାଶ ହେବା ସହ ମହ୍ଲା ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଗଭୀର ଆଘାତ ଦେଇଥିଲା।

ଫିଲ୍ମରେ ମହ୍ଲା ସମ୍ପ୍ରଦାୟର ଲୋକଙ୍କୁ ଅପମାନ କରିବା ସହ ଠକ ଏବଂ ଫିରଙ୍ଗି ବୋଲି ଶବ୍ଦ ବ୍ୟବହାର କରାଯାଇଥିବା ନେଇ ଜୌନପୁରରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମଙ୍ଗଳବାର କୋର୍ଟ ପୁନଃନିରୀକ୍ଷଣ ଆବେଦନ ଉପରେ ଶୁଣାଣି କରି ଆମୀର ଖାନଙ୍କ ସମେତ ୪ ଜଣଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଏପ୍ରିଲ ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେପଟେ ଲିଗାଲ ନୋଟିସକୁ ନେଇ ମିଷ୍ଟର ପରଫେକନିଷ୍ଟ ଆମୀର ଖାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।  ଏହି ମାମଲାକୁ ନେଇ ତାଙ୍କର ଅଡୁଆ ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।

Advertisment

ବଲିଉଡର ବିଗ ବଜେଟ୍ ଫିଲ୍ମ ‘ଠଗସ୍ ଅଫ୍ ହିନ୍ଦୁସ୍ତାନ’ର ଲିଡ୍ ରୋଲରେ ଆମୀର ଖାନ, ଅମିତାଭ ବଚ୍ଚନ, ଫାତିମା ସନା ଶେଖ ଓ କ୍ୟାଟ୍ରିନା କୈଫ ଥିଲେ। ଏହି ଫିଲ୍ମରେ ପ୍ରଥମ କରି ଆମୀର ଓ ଅମିତାଭଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ବିଜୟ କୃଷ୍ଣ ଆଚାର୍ଯ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ତେବେ ଏହି ଫିଲ୍ମଟି ତିଆରି କରିବା ପାଇଁ ଯେତିକି ଖଚ୍ଚ ହୋଇଥିଲା ସେହି ହିସାବରେ ଆୟ କିନ୍ତୁ ହୋଇପାରି ନଥିଲା।

Bollywood