ବାଜିବ ଆଥିଆ-ରାହୁଲଙ୍କ ଶାହାନାଇ! ବିସିସିଆଇକୁ ମାଗିଲେ ଛୁଟି

ମୁମ୍ବାଇ: ଖୁବଶୀଘ୍ର ହାତକୁ ଦି ହାତ ହେବେ ସୁନିଲ ଶେଟ୍ଟିଙ୍କ ଲାଡଲି ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ଓ କ୍ରିକେଟର୍ କେଏଲ୍ ରାହୁଲ। ନୂଆ ବର୍ଷରେ ଆରମ୍ଭ କରିବେ ନୂଆ ଜୀବନ। ଜାନୁଆରୀରେ ଆଥିଆଙ୍କ ସହ ସାତ ଫେରା ନେବେ କେଏଲ୍ ରାହୁଲ। ଏଥିପାଇଁ ବିସିସିଆଇ ଠାରୁ ଛୁଟି ମାଗିଛନ୍ତି ଏହି କ୍ରିକେଟର୍। ଏଭଳି କିଛି ଖବର ଏବେ ଶୁଣିବାକୁ ମିଳୁଛି। ଆଥିଆ ଶେଟ୍ଟୀ ଓ କେଏଲ୍ ରାହୁଲ ଦୀର୍ଘ ଦିନ ହେବ ଡେଟ୍ କରୁଛନ୍ତି। ଗତ […]

KL Rahul

Madhupriya Mistry
  • Published: Thursday, 01 December 2022
  • , Updated: 01 December 2022, 05:30 PM IST

ମୁମ୍ବାଇ: ଖୁବଶୀଘ୍ର ହାତକୁ ଦି ହାତ ହେବେ ସୁନିଲ ଶେଟ୍ଟିଙ୍କ ଲାଡଲି ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ଓ କ୍ରିକେଟର୍ କେଏଲ୍ ରାହୁଲ। ନୂଆ ବର୍ଷରେ ଆରମ୍ଭ କରିବେ ନୂଆ ଜୀବନ। ଜାନୁଆରୀରେ ଆଥିଆଙ୍କ ସହ ସାତ ଫେରା ନେବେ କେଏଲ୍ ରାହୁଲ। ଏଥିପାଇଁ ବିସିସିଆଇ ଠାରୁ ଛୁଟି ମାଗିଛନ୍ତି ଏହି କ୍ରିକେଟର୍। ଏଭଳି କିଛି ଖବର ଏବେ ଶୁଣିବାକୁ ମିଳୁଛି।

ଆଥିଆ ଶେଟ୍ଟୀ ଓ କେଏଲ୍ ରାହୁଲ ଦୀର୍ଘ ଦିନ ହେବ ଡେଟ୍ କରୁଛନ୍ତି। ଗତ କିଛି ଦିନ ହେବ ଏମାନଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ସୋର୍‌ରେ ଜାରି ରହିଛି। ରାହୁଲ ଏବଂ ଆଥିଆଙ୍କ ପରିବାର ଲୋକେ ମଧ୍ୟ ଏହି ବିବାହ ବିଷୟରେ କଥାବାର୍ତ୍ତା ବି ହୋଇଛନ୍ତି। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ରାହୁଲ ଆସନ୍ତା ମାସ ତଥା ଜାନୁଆରୀ ପ୍ରଥମ ସପ୍ତାହରେ ଆଥିଆଙ୍କୁ ବିବାହ କରିବେ। ଏଥିପାଇଁ ସେ ବିସିସିଆଇ ନିକଟରେ ଛୁଟି ପାଇ ଅପିଲ୍ କରିଛନ୍ତି । ବାଂଲାଦେଶ ଟେଷ୍ଟ ସିରିଜ ପରେ ସେ ଛୁଟି ନେଇ ପାରନ୍ତି ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ରାହୁଲ ଆଥିଆଙ୍କୁ ଜାନୁଆରୀ ୨୦୨୩ ର ପ୍ରଥମ ସପ୍ତାହରେ ବିବାହ କରିବେ। ଏଥିପାଇଁ ସେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ତିନୋଟି ମ୍ୟାଚ୍ ଟି-୨୦ ଓ ଦିନିକିଆ ସିରିଜ୍ ଖେଳି ପାରିବେ ନାହିଁ ।

ବିସିସିଆଇର ଜଣେ ଅଧିକାରୀ ଏ ବିଷୟରେ କହିଛନ୍ତି ଯେ ‘କେ.ଏଲ୍ ରାହୁଲ ତାଙ୍କ ବ୍ୟକ୍ତିଗତ କାମ ପାଇଁ ଛୁଟି ମାଗିଛନ୍ତି। ମୁଁ ଜାଣେ ନାହିଁ ସେ ବିବାହ କରୁଛନ୍ତି କି ନିର୍ବନ୍ଧ। ଏଇଟା ତାଙ୍କର ପର୍ସନାଲ ମ୍ୟାଟର। ମୁଁ କେବଳ ଏତିକି କହିପାରିବି।’

ନିକଟରେ ସୁନୀଲ ଶେଟ୍ଟୀ ତାଙ୍କ ୱେବ୍ ସିରିଜ୍ ‘ଧାରାବୀ ବ୍ୟାଙ୍କ’ର ରିଲିଜ୍ ଇଭେଣ୍ଟରେ ଝିଅ ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ବିବାହ ବିଷୟରେ ଘୋଷଣା କରିଥିଲେ। ଏବେ ଖୁବଶୀଘ୍ର ଏମାନଙ୍କ ବିବାହ ତାରିଖ ମଧ୍ୟ ଘୋଷଣା ହୋଇପାରେ।

Related story