ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ୬ଥର ଛୁରୀ ଭୁଷି ଥିବା ଶରିଫୁଲ ଇସଲାମ ଶେହଜାଦକୁ ରବିବାର ମୁମ୍ବାଇ ପୁଲିସ୍ ଠାବ କରିବା ସହ ନାଟକୀୟ ଢଙ୍ଗରେ ଗିରଫ କରିଛି। ବ୍ରେକଫାଷ୍ଟରେ ଗୋଟିଏ ପରଠା ଓ ଡିଜିଟାଲ ପେମେଣ୍ଟ, ତା’ର ସବୁ ଯୋଜନାରା ପାଣି ପକାଇ ଦେଇଛି।
ସେ ବ୍ରେକଫାଷ୍ଟରେ ଗୋଟିଏ ପରଠା ଖାଇବା ପରେ ଗୁଗଲ ପେ ମାଧ୍ୟମରେ ଟଙ୍କା ଦେଇଥିଲା। ବାସ୍ ଏହାକୁ ଟ୍ରାକ କରି ପୁଲିସ୍, ତା’ର ଲୋକସେନ ଠାବ କରିଥିଲା ଓ ତାକୁ ଗିରଫ କରିଥିଲା। ଏହାବାଦ ପୁଲିସ୍ ଶେହଜାଦକୁ କାମରେ ରଖିଥିବା ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଜେରା କରିବ ବୋଲି ଜଣାପଡ଼ିବ।
ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ଚୋରି ପାଇଁ ପଶିଥିବା ଶେହଜାଦ ସେଠାରେ ଆକ୍ରମଣ କରିବା ପରେ ସିଧା ଦାଦର ଚାଲି ଯାଇଥିଲା। ଏହାପରେ ଓର୍ଲି ଓ ପରେ ଅନ୍ଧେରୀରେ ପହଞ୍ଚିଥିଲେ। ପୁଣି ସେଠାରୁ ଦାଦର ଫେରିଥିଲା। ସେ ଥାଣେକୁ ଆସିବା ପରେ ପୁଲିସ୍ ହାତରେ ଧରାପଡ଼ିଥିଲା। ସେ ବାରମ୍ବାର ନିଜର ଠିକଣା ବଦଳାଉଥିବାରୁ ପୁଲିସ୍ ତା’କୁ ଧରିବାରେ ବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା।
କେମିତି ଶେହଜାଦକୁ ଧରିଲା ପୁଲିସ?
ଶେହଜାଦ ପ୍ରକୃତରେ ଜଣେ ବାଂଲାଦେଶୀ। ସେ ବେଆଇନ ଭାବେ ଭାରତରେ ରହୁଥିଲା। ତା’କୁ ପୁଲିସ୍ ଥାଣେର ଗୋଟିଏ ପରିତ୍ୟକ୍ତ ରୋଡରୁ ଧରିଛି। ଗୁରୁବାର ଭୋର ସମୟରେ ସେ ସୈଫଙ୍କୁ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲା। ସୈଫଙ୍କ ଘରେ ପଶିବା ପାଇଁ ସେ ଏସିରେ ଥିବା ଗଳା ବାଟର ବ୍ୟବହାର କରିଥିଲା। ସେହିପରି ପଛ ପାଖର ପାହାଚ ଦେଇ ସେ ସୈଫଙ୍କ ରାଜକୀୟ ବିଲଡିଂରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ଶେହଜାଦ ୭ରୁ ୮ମ ମହଲା ଯାଏ ପଛ ପାଖ ପାହାଚର ବ୍ୟବହାର କରିଥିଲା। ଏହାପରେ ସେ ଏସି ପାଇଁ ଲାଗିଥିବା ନଳାରେ ୧୨ତମ ମହଲାରେ ପହଞ୍ଚିଥିଲା। ଶେଷରେ ସେ ଅଭିନେତା ସୈଫଙ୍କ ଫ୍ଲାଟରେ ଗୋଟିଏ ବାଥରୁମ ଝରକା ବାଟେ ପ୍ରବେଶ କରିଥିଲା। ପ୍ରଥମେ ତା’କୁ ସୈଫଙ୍କ ଜଣେ ମହିଳା କର୍ମଚାରୀ ଦେଖିଥିଲେ। ଏହାପରେ ହାତାହାତି ହୋଇଥିଲା ଓ ଏଥିରେ ସୈଫ ଗୁରୁତର ଆହତ ହୋଇଥିଲେ।
ଶେହଜାଦ ପାହାଚ ଦେଇ ସୈଫଙ୍କ ଫ୍ଲାଟରେ ପ୍ରବେଶ କରିବା ଓ ସେଠାରୁ ବାହାରିବା ବେଳର ସିସିଟିଭି ଦୃଶ୍ୟ ରହିଛି। ଏହି ସିସିଟିଭି ଫୁଟେଜକୁ ଆଧାର କରି ଶେହଜାଦ ସମ୍ପର୍କରେ ପୁଲିସ୍ ତଥ୍ୟ ଯୋଗାଡ଼ କରିଥିଲା। ତା’କୁ ଧରିବା ପାଇଁ ୩୦ଟି ଟିମ ଗଠନ କରାଯାଇଥିଲା। ତଦନ୍ତ ବେଳେ ପୁଲିସ୍ ବିଭିନ୍ନ ସ୍ଥାନରେ ଲାଗିଥିବା ଶତାଧିକ ସିସିଟିଭି ଫୁଟେଜକୁ ଛାନଭିନ କରିଥିଲା।
ବାନ୍ଦ୍ରା ୱେଷ୍ଟରୁ ୧୨ କିମି ଦୂରରେ ଥିବା ଅନ୍ଧେରୀରର ଡିଏନ ନଗରରେ ଲାଗିଥିବା ଗୋଟିଏ ସିସିଟିଭି ଫୁଟେଜରୁ ଶେହଜାଦର ସ୍ପଷ୍ଟ ଫଟୋ ପୁଲିସ୍କୁ ମିଳିଥିଲା। ସେ ଗୋଟିଏ ବାଇକରେ ଯାଉଥିବା ପୁଲିସ୍ ଜାଣିବା ପରେ, ତା’କୁ ଟ୍ରାକ କରିବା ସହଜ ହୋଇଥିଲା। ଗୁରୁବାର ଠାରୁ ଫେରାର ଥିବା ଶେହଜାଦ ପ୍ରଥମେ ସକାଳ ୭ଟା ଯାଏ ବାନ୍ଦ୍ରା ବସ ଷ୍ଟାଣ୍ଡରେ ରହିଥିଲା। ସୈଫଙ୍କ ଘରେ ଆକ୍ରମଣ କରିବା ପରେ ସେ ବସଷ୍ଟାଣ୍ଡରେ ହିଁ ଶୋଇଥିଲା।
ଏହାପରେ ସେ ଟ୍ରେନ ଯୋଗେ ୱର୍ରି ଯାଇଥିଲା। ପୁଲିସ୍ କିଛି ସମୟ ପାଇଁ ତା’ର ଫୋନ ନମ୍ବରକୁ ଟ୍ରାକ କରିଥିଲା। କିନ୍ତୁ ସେ ଏହାକୁ ସୁଇଚ ଅଫ କରି ଦେବାରୁ ପୁଲିସ୍ ପୁଣି ବାଟବଣା ହୋଇଯାଇଥିଲା। ଟିଭି ନ୍ୟୁଜରେ ସେ ତା’ର ଫଟୋକୁ ସୈଫଙ୍କ ପାହାଚରେ ଦେଖିବା ପରେ ଆତଙ୍କିତ ହୋଇପଡ଼ିଥିଲା। ତେଣୁ ସେ ଭୟରେ ମୋବାଇଲ ଅଫ କରି ଦେଇଥିବା ପୁଲିସକୁ କହିଛି।
ଶେହଜାଦ ଶେଷଥର ପାଇଁ ଥାଣେରେ ତା’ର ଫୋନକୁ ବ୍ୟବହାର କରିଥିଲା। ସେଠାରେ ସେ ବ୍ରେକଫାଷ୍ଟରେ ଗୋଟିଏ ପରଠା ଖାଇଥିଲେ। ଏହାର ପେମେଣ୍ଟ ସେ ୟୁପିଆଇ ମାଧ୍ୟମରେ କରିଥିଲା। ପେମେଣ୍ଟ କରିବା ପରେ ସେ ମୋବାଇଲ ଅଫ କରିଦେଇଥିଲା। କିନ୍ତୁ ପୁଲିସ ତା’ର ଶେଷ ଠିକଣାକୁ ସ୍ୱଳ୍ପ ସମୟରେ ମୋବାଇଲ ଅନ କରିବା ମଧ୍ୟରେ ଜାଣି ପାରିଥିଲା। ଏହାକୁ ଆଧାର କରି ପୁଲିସ୍ ସେଠାରେ ପହଞ୍ଚିଥିଲା। ଏହାପରେ ଶେହଜାଦକୁ ଗୋଟିଏ ପରିତ୍ୟକ୍ତ ରାସ୍ତାରୁ ଧରିବାକୁ ସକ୍ଷମ ହୋଇଥିଲା।
ଶେହଜାଦ ପ୍ରାୟ ୪ ମାସ ଧରି ନିଜକୁ ବିଜୟ ଦାସ ଭାବେ ପରିଚୟ ଦେଇ ମୁମ୍ବାଇରେ ରହୁଥିଲା। ସେ ଗୋଟିଏ ହାଉସ୍ କିପିଂ ଏଜେନ୍ସିରେ ବି କାମ କରୁଥିଲା। ସୈଫଙ୍କ ବାସଭବନ ପଛପଟେ ଥିବା ଅଗ୍ନି ସୁରକ୍ଷା ସିଡି ଦେଇ ଶେହଜାଦ ତାଙ୍କ ଘରେ ପଶିଥିଲା। ପ୍ରଥମେ ସୈଫଙ୍କ ଜଣେ ଘରୋଇ ସହାୟିକା ତାକୁ ଦେଖି ଚିତ୍କାର କରିଥିଲେ। ସୈଫ୍ ମଧ୍ୟ ତା’ ସହ ମୁହାଁମୁହିଁ ହେବାରୁ ଆକ୍ରମଣକାରୀ ତାଙ୍କୁ ୬ ଥର ଛୁରିମାଡ଼ କରି ଫେରାର ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।