Advertisment

ଭୂତଙ୍କ ବାହାଘରରେ ଜାହ୍ନବୀ!

ମୁମ୍ବାଇ: ଭୂତଙ୍କ ବିବାହରେ ସାମିଲ ହେବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ସର୍ବଦା ସେଲେବ୍ରିଟିଙ୍କଙ୍କ ବିବାହରେ ସାମିଲ ହେଉଥିବା ଏହି ଷ୍ଟାର କିଡଙ୍କୁ ଏବେ ଭୂତଙ୍କ ବାହାଘରରେ ଦେଖିବାକୁ ମିଳିବ। ଭୂତଙ୍କ ବିବାହରେ ସାମିଲ ସେ ନିଜେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେଆର କରି ସୂଚନା ଦେଇଛନ୍ତି। ତେବେ ପ୍ରକୃତ ଜୀବନରେ ନୁହେଁ ଅପକମିଂ ଫିଲ୍ମ ‘ରୁହି’ରେ ଜାହ୍ନବୀଙ୍କୁ ଏଭଳି କିଛି କରୁଥିବା ଦେଖିବାକୁ ମିଳିବ। ରାଜକୁମାର ରାଓ ଏବଂ ଜାହ୍ନବୀ କପୁରଙ୍କ ହରର କମେଡି […]

ଭୂତଙ୍କ ବାହାଘରରେ ଜାହ୍ନବୀ!

Janhvi-Kapoor

Advertisment

ମୁମ୍ବାଇ: ଭୂତଙ୍କ ବିବାହରେ ସାମିଲ ହେବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ସର୍ବଦା ସେଲେବ୍ରିଟିଙ୍କଙ୍କ ବିବାହରେ ସାମିଲ ହେଉଥିବା ଏହି ଷ୍ଟାର କିଡଙ୍କୁ ଏବେ ଭୂତଙ୍କ ବାହାଘରରେ ଦେଖିବାକୁ ମିଳିବ। ଭୂତଙ୍କ ବିବାହରେ ସାମିଲ ସେ ନିଜେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେଆର କରି ସୂଚନା ଦେଇଛନ୍ତି।

Advertisment

ତେବେ ପ୍ରକୃତ ଜୀବନରେ ନୁହେଁ ଅପକମିଂ ଫିଲ୍ମ ‘ରୁହି’ରେ ଜାହ୍ନବୀଙ୍କୁ ଏଭଳି କିଛି କରୁଥିବା ଦେଖିବାକୁ ମିଳିବ। ରାଜକୁମାର ରାଓ ଏବଂ ଜାହ୍ନବୀ କପୁରଙ୍କ ହରର କମେଡି ଫିଲ୍ମ ‘ରୁହି’ ଖୁବଶୀଘ୍ର ସିନେମା ଘରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ରିଲିଜ ଡେଟ ଏବେ ସାମ୍ନାକୁ ଆସିଛି। ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଏହି ଫିଲ୍ମଟି ପରଦାକୁ ଆସିବ। ଏନେଇ ନିଜ ଜାହ୍ନବୀ କପୁର ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିସହ ଫିଲ୍ମର ଏକ ଟିଜରକୁ ମଧ୍ୟ ରିଲିଜ କରିଛନ୍ତି। ଏଥିରେ ସେ କ୍ୟାପସନରେ ଲେଖିଛନ୍ତି ଯେ,‘ଭୂତଙ୍କ ବିବାହରେ ଆପଣଙ୍କ ସ୍ୱାଗତ।’

ଏହି ଫିଲ୍ମର ନିର୍ମାଣ ଜିଓ ଷ୍ଟୁଡିଓଜ୍ ଏବଂ ଦିନେଶ ଭିଜନଙ୍କ କମ୍ପାନୀ ମେଡକ ଫିଲ୍ମସ ଓ ମୃଗଦୀପ ସିଂହ ଲାମ୍ବା କରିଛନ୍ତି। ଦିନେଶ ଭିଜନ ପୂର୍ବରୁ ‘ସ୍ତ୍ରୀ’ ଭଳି ହରର କମେଡି ଫିଲ୍ମ ତିଅରି କରିସାରିଛନ୍ତି। ଏହି ଫିଲ୍ମର ଟ୍ରେଲର ଆସନ୍ତାକାଲି ରିଲିଜ ହେବ।

Advertisment

ପୂର୍ବରୁ ୨୦୧୯ରେ ଏହି ଫିଲ୍ମକୁ ନେଇ ଘୋଷଣା ହୋଇଥିଲ। ଗତ ବର୍ଷ ଜୁନ ମାସରେ ଫିଲ୍ମଟି ପରଦାକୁ ଆସିଥା’ନ୍ତା କିନ୍ତୁ କରୋନା ମହାମାରୀ ଯୋଗୁଁ ଏଥିରେ ରୋକ ଲାଗିଥିଲା। ଏହି ଫିଲ୍ମର ଲିଡ୍ ରୋଲରେ ରାଜକୁମାର ରାଓ ଏବଂ ଜାହ୍ନବୀ କପୁରଙ୍କ ସମେତ ବରୁଣ ଶର୍ମା, ପଙ୍କଜ ତ୍ରିପାଠୀ, ଏଲେକ୍ସ ଓନେଲ, ସୀମା ପାହୱା, ଆମନା ସରିଫ ଏବଂ ରୋନିତ ରୟ ପ୍ରମୁଖ ଅଛନ୍ତି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe