Advertisment

ଘୁଞ୍ଚିଲା କଙ୍ଗନାଙ୍କ ‘ଥାଲାଇଭି’ର ରିଲିଜ୍ ଡେଟ୍

ମୁମ୍ବାଇ: ଦେଶରେ କରୋନା ଭାଇରସ୍ ପୁଣିଥରେ କାୟା ବିସ୍ତାର କରୁଛି। କରୋନାର ଦ୍ୱିତୀୟ ଲହର ଯେଉଁ ଦ୍ରୁତ ଗତିରେ ବଢ଼ୁଛି, ତାକୁ ଆଖି ଆଗରେ ରଖି କିଛି ରାଜ୍ୟରେ ପୁଣିଥରେ କଠୋର କଟକଣା ଲାଗୁ କରାଯାଇଛି। ଏହି ମହାମାରୀର ପ୍ରଭାବ ମନୋରଞ୍ଜନ ଜଗତ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ଗୋଟିଏ ପରେ ଗୋଟିଏ ଫିଲ୍ମକୁ ସ୍ଥଗିତ କରିବାକୁ ପଡ଼ୁଛି। ଏହିକ୍ରମରେ ଏବେ କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ ‘ଥାଲାଇଭି’ର ରିଲିଜ୍ ତାରିଖକୁ ସ୍ଥଗିତ କରିବାକୁ ପଡ଼ିଛି। […]

ଘୁଞ୍ଚିଲା କଙ୍ଗନାଙ୍କ ‘ଥାଲାଇଭି’ର ରିଲିଜ୍ ଡେଟ୍

Thalaivi

Advertisment

ମୁମ୍ବାଇ: ଦେଶରେ କରୋନା ଭାଇରସ୍ ପୁଣିଥରେ କାୟା ବିସ୍ତାର କରୁଛି। କରୋନାର ଦ୍ୱିତୀୟ ଲହର ଯେଉଁ ଦ୍ରୁତ ଗତିରେ ବଢ଼ୁଛି, ତାକୁ ଆଖି ଆଗରେ ରଖି କିଛି ରାଜ୍ୟରେ ପୁଣିଥରେ କଠୋର କଟକଣା ଲାଗୁ କରାଯାଇଛି। ଏହି ମହାମାରୀର ପ୍ରଭାବ ମନୋରଞ୍ଜନ ଜଗତ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ଗୋଟିଏ ପରେ ଗୋଟିଏ ଫିଲ୍ମକୁ ସ୍ଥଗିତ କରିବାକୁ ପଡ଼ୁଛି। ଏହିକ୍ରମରେ ଏବେ କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ ‘ଥାଲାଇଭି’ର ରିଲିଜ୍ ତାରିଖକୁ ସ୍ଥଗିତ କରିବାକୁ ପଡ଼ିଛି।

Advertisment

ଏହି ଫିଲ୍ମ ଏପ୍ରିଲ୍ ୨୩ ତାରିଖରେ ରିଲିଜ୍ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନା ମାମଲା ଲଗାତର ବଢ଼ୁଥିବାରୁ ଫିଲ୍ମର ରିଲିଜ୍ ତାରିଖ ଉପରେ ବର୍ତ୍ତମାନ ରୋକ ଲଗାଯାଇଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

https://twitter.com/taran_adarsh/status/1380499590638538759?s=20

ମାର୍ଚ୍ଚ ୨୩ ତାରିଖରେ କଙ୍ଗନାଙ୍କ ଜନ୍ମଦିନ ଅବସରରେ ଥାଲାଇଭିର ଟ୍ରେଲର ରିଲିଜ୍ ହୋଇଥିଲା। ଏହାର ଦିନକ ପୂର୍ବରୁ ସେ ଫିଲ୍ମର କିଛି ଝଲକ ଶେଆର୍ କରିଥିଲେ। ଏହି ଫିଲ୍ମ ପାଇଁ କଙ୍ଗନା ନିଜର ୨୦ କେଜି ଓଜନ ବଢ଼ାଇଥିବା କହିଥିଲେ ଏବଂ ଏହାର କିଛି ମାସରେ ଓଜନ କରିବା ତାଙ୍କ ପକ୍ଷେ କୌଣସି ଚ୍ୟାଲେଞ୍ଜ ଠାରୁ କମ୍ ନଥିଲା।

Advertisment

https://twitter.com/KanganaTeam/status/1380510675194286081?s=20

ଏହି ଫିଲ୍ମ ଜୟଲଲିତାଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମଟି ତିନୋଟି ଭାଷାରେ ଅର୍ଥାତ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏ.ଏଲ୍ ବିଜୟ। ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅରବିନ୍ଦ ସ୍ୱାମୀ, ପ୍ରକାଶ ରାଜ, ମଧୁ ଓ ଭାଗ୍ୟଶ୍ରୀ ପ୍ରମୁଖ ଭୂମିକାରେ ଅଛନ୍ତି।

ଥାଲାଇଭି ବ୍ୟତୀତ କଙ୍ଗନା ଆଉ କିଛି ଫିଲ୍ମରେ ନଜର ଆସିବେ। କଙ୍ଗନା ‘ତେଜସ୍’, ‘ଧାକଡ’ ଓ ‘ମଣିକର୍ଣ୍ଣିକା- ଦି ଲିଜେଣ୍ଡସ୍ ଅଫ୍ ଦିଦ୍ଦା’ରେ ଲିଡ୍ ରୋଲ୍ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe