/odisha-reporter/media/post_attachments/uploads/2021/05/kangana-ranaut.jpg)
kangana-ranaut
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସବୁ ପ୍ରସଙ୍ଗରେ ନିଜର ତୁଣ୍ଡ ଖୋଲି ବିବାଦରେ ରହୁଥିବା କଙ୍ଗନା ରାଣାୱତଙ୍କୁ ଶକ୍ତ ଝଟକା ଲାଗିଛି। ସୋଶାଲ ମିଡିଆରେ ବିବାଦୀୟ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବାରୁ ଆଜି ଟ୍ୱିଟର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ ଆକାଉଣ୍ଟକୁ ଟ୍ୱିଟର ସ୍ଥାୟୀ ଭାବେ ସସପେଣ୍ଡ କରିଦେଇଛି। କୌଣସି ଭାରତୀୟ ସେଲେବ୍ରିଟିଙ୍କ ଟ୍ୱିଟର ଆକାଉଣ୍ଟ ସ୍ଥାୟୀ ଭାବେ ସସପେଣ୍ଡ ହେବା ବୋଧେ ପ୍ରଥମ ଘଟଣା।
ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ବିଜେପି ହାରିବା ଓ ମମତା ବାନାର୍ଜୀ ଜିତିବା ଘଟଣାକୁ କଙ୍ଗନା ସହଜରେ ସହି ପାରି ନଥିଲେ। ଏଥିପାଇଁ ସେ ମମତାଙ୍କୁ ଟାର୍ଗେଟ କରି ଏକାଧିକ ବିବାଦୀୟ ଓ ଆପତ୍ତିଜନକ ଟ୍ୱିଟ କରିଥିଲେ। ବେଙ୍ଗଲ ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଘଟିଛି। ଏଥିରେ ୧୨ ଜଣ ଲୋକଙ୍କ ଜୀବନ ମଧ୍ୟ ଗଲାଣି।
ଉଭୟ ଟିଏମସି ଓ ବିଜେପି ପରସ୍ପରକୁ ଏଥିପାଇଁ ଦାୟୀ କରୁଛନ୍ତି। ଏସବୁ ଭିତରେ ହିଂସାକାଣ୍ତ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରି କଙ୍ଗନା ଟ୍ୱିଟର ଗାଇଡଲାଇନ ଭୁଲି ଆପତ୍ତିଜନକ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଥିବା ଜଣାପଡ଼ିଛି।
/odisha-reporter/media/post_attachments/indiatoday/images/bodyeditor/202105/kangana-twitter-x1275.jpeg)
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟିଏମସି ବେଙ୍ଗଲରେ ଜିତିବା ପରେ କଙ୍ଗନା ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଥିଲେ। ସେ କହିଥିଲେ, ବିଜେପି ଜିତିଥିବା ଆସାମ ଓ ପୁଡୁଚେରୀରେ କୌଣସି ହିଂସା ଘଟିନାହିଁ। କିନ୍ତୁ ବେଙ୍ଗଲରେ ଟିଏମସି ଜିତିବା ପରେ ଶହଶହ ହତ୍ୟାକାଣ୍ଡ ଘଟୁଛି। ବଙ୍ଗାଳୀଙ୍କୁ ଜାଳି ଦିଆଯାଉଛି। ଏଥିସହ ସେ ଆହୁରି ବିବାଦୀୟ ଶବ୍ଦ ପ୍ରୟୋଗ କରିଥିଲେ। କଙ୍ଗନା ନିଜ ଟ୍ୱିଟରେ ଇନ୍ଦିରା ଗାନ୍ଧି ଓ ଜବାହରଲାଲ ନେହରଙ୍କୁ ସମ୍ପର୍କରେ ମଧ୍ୟ କିଛି କମେଣ୍ଟ କରିଥିଲେ।
ଏହାପୂର୍ବରୁ ଚାଷୀ ଆନ୍ଦୋଳନ ଓ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା କରିଥିବା ଟ୍ୱିଟକୁ ନେଇ ବିବାଦ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
