ଆଖିବୁଜିଲେ କେଜିଏଫ୍ ଷ୍ଟାର୍ କ୍ରିଷ୍ଣା

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ଆଖିବୁଜିଲେ କେଜିଏଫ୍ ଷ୍ଟାର୍ ଅଭିନେତା କ୍ରିଷ୍ଣା ଜି ରାଓ। ଗତ କିଛି ଦିନ ଧରି ସେ ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରୁଥିଲେ। ଅଜି ଶେଷରେ ସେ ହାରି ଯାଇଛନ୍ତି। ବେଙ୍ଗାଲୁରୁର ଏକ ହସ୍ପିଟାଲରେ କ୍ରିଷ୍ଣା ଜି ରାଓଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ପୂରା ସାଉଥ ଇଣ୍ଡଷ୍ଟ୍ରିକୁ ବଡ ଝଟ୍‌କା […]

Krishna and Yash

Madhupriya Mistry
  • Published: Thursday, 08 December 2022
  • , Updated: 08 December 2022, 03:40 PM IST

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ଆଖିବୁଜିଲେ କେଜିଏଫ୍ ଷ୍ଟାର୍ ଅଭିନେତା କ୍ରିଷ୍ଣା ଜି ରାଓ। ଗତ କିଛି ଦିନ ଧରି ସେ ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରୁଥିଲେ। ଅଜି ଶେଷରେ ସେ ହାରି ଯାଇଛନ୍ତି। ବେଙ୍ଗାଲୁରୁର ଏକ ହସ୍ପିଟାଲରେ କ୍ରିଷ୍ଣା ଜି ରାଓଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ପୂରା ସାଉଥ ଇଣ୍ଡଷ୍ଟ୍ରିକୁ ବଡ ଝଟ୍‌କା ଲାଗିଛି। ତାଙ୍କ ମୃତ୍ୟୁକୁ ନେଇ ଅନେକ ଲୋକେ ଶୋକ ବ୍ୟକ୍ତ କରିଛନ୍ତି।

କ୍ରିଷ୍ଣା ଜି ରାଓ ଗତ କିଛି ବର୍ଷ ଧରି ତାଙ୍କ ନିଖୁଣ ଅଭିନୟ ଜରିଆରେ ଲଗାତର ଭାବରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଥିଲେ। କ୍ରିଷ୍ଣା କେଜିଏଫ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି ଫିଲ୍ମ ପରେ ତାଙ୍କୁ ପ୍ରାୟ ୩୦ ଟି ଫିଲ୍ମରେ ବ୍ୟାକ୍-ଟୁ-ବ୍ୟାକ୍ ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ, କ୍ରିଷ୍ଣା ଜି ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା କିଛି ଦନ ତଳେ ଖରାପ ହୋଇଥିଲା। ଏହାପରେ ତାଙ୍କୁ ବେଙ୍ଗାଲୁରୁର ସୀତା ସର୍କଲ ପାଖରେ ଥିବା ବିନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖରାପ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ସେ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ। କେବଳ ସେତିକି ନୁହେଁ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇଥିଲା।

କୁହାଯାଉଛି ଯେ, କ୍ରିଷ୍ଣା ଜି ରାଓଙ୍କ ବୟସାଧିକ ସମସ୍ୟାରେ ପୀଡିତ ଥିଲେ। କେଜିଏଫ୍ ଫିଲ୍ମ ପରେ କ୍ରିଷ୍ଣାଙ୍କୁ ଅନେକ ଲୋକପ୍ରିୟତା ହାସଲ ହୋଇଥିଲା। କେଜିଏଫ୍ ଫିଲ୍ମରେ କ୍ରିଷ୍ଣା ଜଣେ ଅନ୍ଧ ବୁଢ଼ା ଚରିତ୍ରରେ ଅଭିନୟ କରିଥିଲେ।

Related story