ପ୍ରଭାସଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ କ୍ରିତି

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ପ୍ରେମରେ ଅଭନେତ୍ରୀ କ୍ରିତି ସାନନ। ଆଦିପୁରୁଷ କୋ-ଷ୍ଟାର ପ୍ରଭାସଙ୍କୁ ସେ କୁଆଡେ ସିକ୍ରେଟ୍‌ଲି ଡେଟ୍ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା। ନିକଟରେ ଏକ ରିଆଲିଟି ଶୋ’ରେ ଫିଲ୍ମ ପ୍ରମୋସନ ବେଳେ ଅଭିନେତା ବରୁଣ ଧୱନ ମଧ୍ୟ କ୍ରିତିଙ୍କ ଲଭ୍ ଡେଟିଂକୁ ନେଇ ହିଣ୍ଟ ଦେଇଥିଲେ। ତେବେ ଏସବୁ ଖବରକୁ ନେଇ ଏବେ ମୁହଁ ଖୋଲିଛନ୍ତି ଖୋଦ୍ ଅଭିନେତ୍ରୀ କ୍ରିତି ସାନନ। ସେ ପ୍ରଭାସଙ୍କ ସହ ଡେଟ୍ କରୁଛନ୍ତି ନା ନାହିଁ […]

prabhas and kriti

Madhupriya Mistry
  • Published: Wednesday, 30 November 2022
  • , Updated: 30 November 2022, 12:07 PM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ପ୍ରେମରେ ଅଭନେତ୍ରୀ କ୍ରିତି ସାନନ। ଆଦିପୁରୁଷ କୋ-ଷ୍ଟାର ପ୍ରଭାସଙ୍କୁ ସେ କୁଆଡେ ସିକ୍ରେଟ୍‌ଲି ଡେଟ୍ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା। ନିକଟରେ ଏକ ରିଆଲିଟି ଶୋ’ରେ ଫିଲ୍ମ ପ୍ରମୋସନ ବେଳେ ଅଭିନେତା ବରୁଣ ଧୱନ ମଧ୍ୟ କ୍ରିତିଙ୍କ ଲଭ୍ ଡେଟିଂକୁ ନେଇ ହିଣ୍ଟ ଦେଇଥିଲେ। ତେବେ ଏସବୁ ଖବରକୁ ନେଇ ଏବେ ମୁହଁ ଖୋଲିଛନ୍ତି ଖୋଦ୍ ଅଭିନେତ୍ରୀ କ୍ରିତି ସାନନ। ସେ ପ୍ରଭାସଙ୍କ ସହ ଡେଟ୍ କରୁଛନ୍ତି ନା ନାହିଁ ସେ ନେଇ କରିଛନ୍ତି ଖୁଲାସା।

ପ୍ରଭାସ ସହ ଚାଲିଥିବା ଲଭ୍ ଅଫେଆର ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି କ୍ରିତି। ସେ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେଆର କରି ସବୁ ଚର୍ଚ୍ଚା ଉପରୁ ପରଦା ଉଠାଇଛନ୍ତି। ସେ ପୋଷ୍ଟ ଶେଆର କରି ଲେଖିଛନ୍ତି, ‘ଅନ୍ୟ କୌଣସି ନ୍ୟୁଜ ପୋର୍ଟାଲ ମୋ ବିବାହ ତାରିଖ ଠିକ୍ କରିବା ପୂର୍ବରୁ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ, ଏହା ଏକ ମିଥ୍ୟା ଗୁଜବ। ଏ ସମସ୍ତ ଗୁଜବ ଭିତ୍ତିହୀନ। ଏହା ନା ପ୍ରେମ ନା ପିଆର୍‌... । ଆମ ‘ଭେଡିଆ’ ରିଆଲିଟି ଶୋ’ରେ ଟିକେ ଜଙ୍ଗଲୀ ହୋଇଗଲା, ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି।’

ନିକଟରେ ଡ୍ୟାନ୍ସ ରିଆଲିଟି ଶୋ’ ଝଲ୍‌କ ଦିଖଲା ଜା-୧୦ର ଗ୍ରାଣ୍ଡ ଫିନାଲେ ଥିଲା। ଏହି ଶୋ’କୁ କ୍ରିତି ଓ ବରୁଣ ନିଜ ଫିଲ୍ମ ଭେଡିଆର ପ୍ରମୋସନ କରିବା ପାଇଁ ଆସିଥିଲେ । ଏହି ସମୟରେ କରଣ ଜୋହର ବରୁଣଙ୍କୁ ପଚାରିଥିଲେ ଯେ କ୍ରିତିଙ୍କ ନାମ କାହିଁକି ତାଲିକାରେ ନାହିଁ? ଏଥିପାଇଁ ବରୁଣ ଉତ୍ତର ଦେଇଥିଲେ ତାଙ୍କ ନାମ ସେଠାରେ ନାହିଁ କାରଣ ତାଙ୍କ ନାମ ଅନ୍ୟ କାହା ହୃଦୟରେ ଅଛି।

ଯେତେବେଳେ କରଣ ବରୁଣଙ୍କୁ ସେହି ବ୍ୟକ୍ତିଙ୍କ ନାମ କହିବାକୁ କହିଥିଲେ, ସେତେବେଳେ କହିଥିଲେ କି ସେ ମୁମ୍ବାଇରେ ରହୁ ନାହାନ୍ତି ବର୍ତ୍ତମାନ ଦୀପିକାଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି। ବରୁଣଙ୍କ ଏଭଳି କଥା ଶୁଣି କ୍ରିତି ଲାଜେଇ ଯାଇଥିଲେ। ଏହାପରେ କ୍ରିତି ପ୍ରଭାସକୁ ଡେଟ୍ କରୁଥିବା ନେଇ ସୋଶାଲ ମିଡିଆରେ ଚର୍ଚ୍ଚାରେ ଆରମ୍ଭ ହୋଇଥିଲା।

Related story