Advertisment

ସଲମାନ୍ ଖାନଙ୍କ ପରେ ପିଏମ୍ ମୋଦିଙ୍କ ସହ ପଙ୍ଗା ନେଲେ କେଆରକେ

ନୂଆଦିଲ୍ଲୀ: ଅଭିନେତା ତଥା କ୍ରିଟିକ୍ କମାଲ୍ ରାଶିଦ୍ ଖାନ୍ (କେଆରକେ) ସୋଶାଲ ମିଡିଆରେ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ଧରି ସେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଓ ସିଙ୍ଗର ମିକା ସିଂହଙ୍କ ସମ୍ବନ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏବେ ସେ ଆଉ କେହି ନୁହଁନ୍ତି ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି। କମାଲ୍ ରଶିଦ୍ ଖାନ୍ ପିଏମ୍ ମୋଦି ଓ ୨୦୨୪ର ନିର୍ବାଚନକୁ ନେଇ ଟୁଇଟ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କାଲି ସନ୍ଧ୍ୟାରେ ପିଏମ୍ ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

pm-modi

ନୂଆଦିଲ୍ଲୀ: ଅଭିନେତା ତଥା କ୍ରିଟିକ୍ କମାଲ୍ ରାଶିଦ୍ ଖାନ୍ (କେଆରକେ) ସୋଶାଲ ମିଡିଆରେ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ଧରି ସେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଓ ସିଙ୍ଗର ମିକା ସିଂହଙ୍କ ସମ୍ବନ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏବେ ସେ ଆଉ କେହି ନୁହଁନ୍ତି ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି।

Advertisment

କମାଲ୍ ରଶିଦ୍ ଖାନ୍ ପିଏମ୍ ମୋଦି ଓ ୨୦୨୪ର ନିର୍ବାଚନକୁ ନେଇ ଟୁଇଟ୍ କରିଛନ୍ତି । କେଆରକେ ନିଜ ଟୁଇଟରେ ଲେଖିଛନ୍ତି, ମୋର ଆଜିର ପୂର୍ବାନୁମାନ- ପିଏମ୍ ମୋଦି ଜୀ ୨୦୨୪ରେ କ୍ଲିନ୍ ବୋଲ୍ଡ ଆଉଟ୍ ହେବେ । କେଆରକେଙ୍କ ଏହି ଟୁଇଟ୍ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି । ସୋଶାଲ ମିଡିଆ ୟୁଜର୍ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କିଛି ସୋଶାଲ ମିଡିଆ ୟୁଜର୍ କେଆରକେଙ୍କ କଥାରେ ସହମତ ହୋଇଥିବା ଅଧିକାଂଶ ଲୋକେ ତାଙ୍କୁ ଟ୍ରୋଲ୍ କରିଛନ୍ତି ।

https://twitter.com/kamaalrkhan/status/1409462238310801409?s=20

ସୂଚନାଯୋଗ୍ୟ, କେଆରକେ ଗତ କିଛି ଦିନ ଧରି ସଲମାନ୍ ଓ ମିକାଙ୍କ ସହ ପଙ୍ଗା ନେଇଛନ୍ତି। କିଛି ଦିନ ତଳେ କେଆରକେ ଦାବି କରିଥିଲେ ଯେ ସଲମାନ୍ ଖାନଙ୍କ ଫିଲ୍ମ ‘ରାଧେ’ର ନେଗେଟିଭ୍ ରିଭ୍ୟୁ ପାଇଁ ତାଙ୍କ ଉପରେ ମାନହାନୀ ମୋକଦ୍ଦମା କରାଯାଇଛି । କିନ୍ତୁ ସଲମାନ୍ ଖାନଙ୍କ ଲିଗାଲ୍ ଟିମର କହିବା ଅନୁଯାୟୀ କେଆରକେ ଯେଉଁ ମାନହାନୀ ମୋକଦ୍ଦମା କଥା କହୁଛନ୍ତି, ତାହା ଭୁଲ୍‌।

Advertisment

publive-image

କେଆରକେଙ୍କ ବିରୋଧରେ ଏଥିପାଇଁ ମାନହାନୀ ମୋକଦ୍ଦମା କରାଯାଇଛି, କାରଣ ସେ ସଲମାନ୍ ଖାନଙ୍କୁ ବଦନାମ କରିବା ପାଇଁ ଅନେକ ଅଭିଯୋଗ ଲଗାଇଛନ୍ତି। କେଆରକେ ସଲମାନଙ୍କୁ ଦୁର୍ନୀତିଗ୍ରସ୍ତ ଓ ତାଙ୍କ ସଂସ୍ଥା ବିଙ୍ଗ ହ୍ୟୁମାନ ଉପରେ ଠକେଇ ଓ ଟଙ୍କା ହେରଫେର ଅଭିଯୋଗ ଲଗାଇଥିଲେ।