ଭେଟରାନ ଆକ୍ଟର ତଥା ବିଜେପି ନେତା ମଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳୁ ମଥୁନ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ପ୍ରାଥମିକ ସୂଚନା ଅନୁସାରେ, ମଥୁନ ଆଜି ସକାଳୁ ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ତେଣୁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ତେବେ ପ୍ରକୃତରେ ମିଥୁନଙ୍କର କ’ଣ ହୋଇଛି, ସେକଥା କିଛି ବି ଜଣାପଡ଼ିନି। ସମସ୍ତେ ତାଙ୍କ ସ୍ୱାସ୍ୟାବସ୍ଥା ସମ୍ପର୍କିତ ଅପଡେଟ ପାଇଁ ଅପେକ୍ଷା କରିଛନ୍ତି।
Also Read
ନିକଟରେ ଭାରତ ସରକାର ସିନେମା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମଥୁନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରିଥିଲେ। ଏହି ସମ୍ମାନ ପରେ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା ଗୋଟିଏ ଭିଡିଓ ବାର୍ତ୍ତାରେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Bollywood
ହଠାତ୍ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ
ଶୁକ୍ରବାର ରାତିରେ ଶେଫାଳି ହୃଦଘାତର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Bollywood
କମଲ ହାସନଙ୍କ ଉପରେ ବର୍ଷିଲେ କୋର୍ଟ, ତଥାପି ମାଗିଲେନି କ୍ଷମା
କୋର୍ଟ କହିଛନ୍ତି ଯେ କମଲ ହାସନ ଏକ ସ୍ପଷ୍ଟୀକରଣ ଦେଇପାରିଥା’ନ୍ତେ। ସେ କହିପାରିଥା’ନ୍ତେ ଯେ ଇତିହାସ ନ ପଢ଼ି ସେ ଏମିତି ଏକ କଥା କହି ଦେଇଛନ୍ତି।

Bollywood
ରାହୁଲ ଦେବଙ୍କ ଭାଇ ଅଭିନେତା ମୁକୁଲ ଦେବ ଆଉ ନାହାନ୍ତି
ମୁକୁଲ ଏକାଧିକ ହିନ୍ଦୀ ଓ ପଞ୍ଜାବ ଫିଲ୍ମ ସମେତ ଟେଲିଭିଜନ ସିରିଏଲ ଓ ମ୍ୟୁଜିକ ଆଲବମରେ କାମ କରିଥିଲେ।

Bollywood
ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି! ଦୁଇ ଦିନରେ ୨ ଜଣ ବିଲଡିଂରେ ପଶିଗଲେ
ପରିବାର ସହ ସଲମାନ ରହୁଥିବା ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟରେ ଘଟିଛି ବଡ଼ ଅଘଟଣା। ଏଠାରେ ୨ ଦିନରେ ଘଟିଛି ୨ଟି ଅନୁପ୍ରବେଶ।

Bollywood
ଟ୍ରମ୍ପଙ୍କ ୧୦୦% ଟାରିଫ: କେତେ ପ୍ରଭାବିତ ହେବ ଭାରତୀୟ ସିନେମା?
ବର୍ତ୍ତମାନ ଆମେରିକା ହେଉଛି ଭାରତୀୟ ସିନେମାଗୁଡ଼ିକର ଅନ୍ୟତମ ବଡ଼ ବିଦେଶୀ ମାର୍କେଟ ଭାବେ ପରିଚିତ।