Advertisment

ଦୁର୍ଘଟଣା ପରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତାଙ୍କ ବ୍ରେନ ଡେଡ୍‌

ବେଙ୍ଗାଲୁରୁ: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜାତୀୟ ପୁର‌ସ୍କାର ପ୍ରାପ୍ତ କନ୍ନଡ ଅଭିନେତା ସଞ୍ଚାରୀ ବିଜୟ ଆଉ ନାହାନ୍ତି। ଆଜି ଡାକ୍ତରମାନେ ତାଙ୍କର ବ୍ରେନ୍‌ ଡେଡ୍‌ ଘୋଷଣା କରିଛନ୍ତି। ବ୍ରେନ୍‌ ଡେଡ୍‌ ହୋଇଯାଇଥିବାରୁ ପରିବାର ଲୋକ ସଞ୍ଚାରୀଙ୍କ ଅଙ୍ଗ ଅନ୍ୟମାନଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୩୮ ବର୍ଷୀୟ ସଞ୍ଚାରୀ ଜୁନ୍‌ ୧୨ରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଆପୋଲୋ ହସ୍ପିଟାଲର ଆଇସିୟୁରେ ରଖା ଯାଇଥିଲା। ଆଜି ଡାକ୍ତରମାନେ ତାଙ୍କୁ […]

author-image
Hemant Lenka
ଦୁର୍ଘଟଣା ପରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତାଙ୍କ ବ୍ରେନ ଡେଡ୍‌

Sanchari

ବେଙ୍ଗାଲୁରୁ: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜାତୀୟ ପୁର‌ସ୍କାର ପ୍ରାପ୍ତ କନ୍ନଡ ଅଭିନେତା ସଞ୍ଚାରୀ ବିଜୟ ଆଉ ନାହାନ୍ତି। ଆଜି ଡାକ୍ତରମାନେ ତାଙ୍କର ବ୍ରେନ୍‌ ଡେଡ୍‌ ଘୋଷଣା କରିଛନ୍ତି। ବ୍ରେନ୍‌ ଡେଡ୍‌ ହୋଇଯାଇଥିବାରୁ ପରିବାର ଲୋକ ସଞ୍ଚାରୀଙ୍କ ଅଙ୍ଗ ଅନ୍ୟମାନଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

୩୮ ବର୍ଷୀୟ ସଞ୍ଚାରୀ ଜୁନ୍‌ ୧୨ରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଆପୋଲୋ ହସ୍ପିଟାଲର ଆଇସିୟୁରେ ରଖା ଯାଇଥିଲା। ଆଜି ଡାକ୍ତରମାନେ ତାଙ୍କୁ ମୃତ ବା ବ୍ରେନ ଡେଡ୍‌ ଘୋଷଣା କରିଛନ୍ତି।

ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ବିଜୟ ସ୍ନାୟୁ ବିଭାଗର ଆଇସିୟୁରେ ଥିଲେ। ନ୍ୟୁରୋଲଜିକାଲି ସେ ଅଚେତ ଅବସ୍ଥାରେ ଥିଲେ ଓ ତାଙ୍କ ବ୍ରେନ ଫେଲ ହେବାର ଲକ୍ଷଣ ଦେଖାଯାଇଥିଲା। ତାଙ୍କର ବ୍ରେନ ଡେଡ ହୋଇଯାଇଥିବାରୁ ପରିବାର ଲୋକ ଆଗକୁ ଆସି ତାଙ୍କର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେ ଗାଇଡଲାଇନ ଅନୁଯାୟୀ ଅଙ୍ଗ ଦାନର ବ୍ୟବସ୍ଥା କରିବୁ।”

Advertisment

୨୦୧୧ରେ ଫିଲ୍ମ ଜଗତରେ ଡେବ୍ୟୁ କରିଥିବା ବିଜୟ ଜୁନ୍‌ ୧୨ରେ ବାଇକ ଯୋଗେ ଜଣେ ସାଙ୍ଗଙ୍କ ପାଖରୁ ଘରକୁ ଫେରିଥିବା ବେଳେ ଭୟଙ୍କର ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ୨୦୧୧ ପରଠାରୁ ଅନେକ ହିଟ ପରେ ହିଟ୍‌ ଫିଲ୍ମ କନ୍ନଡ ଭାଷାରେ ଲୋକଙ୍କୁ ଭେଟି ଦେଇଛନ୍ତି। Naanu Avanalla Avaluରେ ଜବରଦସ୍ତ ଅଭିନୟ କରିଥିବାରୁ ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା।