Advertisment

ଅନ୍ୟର ପ୍ରଶଂସା କରି ଦେଶୀ ଗର୍ଲ ହଟହଟା, ଟ୍ରୋଲ୍‌ କଲେ ପାକିସ୍ତାନୀ ଆକ୍ଟର

ପାକିସ୍ତାନୀ ଆକ୍ଟର ଅଦନାନ ସିଦ୍ଦିକି ଖୋଲାଖୋଲି ମିସେସ୍‌ ନିକ୍‌ ଜୋନ୍ସଙ୍କୁ କରିଛନ୍ତି ଟାର୍ଗେଟ।

author-image
Niharika Rout
Priyanka Chopra & Adnan Sidik

Priyanka Chopra & Adnan Sidik

ଅନ୍ୟର ପ୍ରଶଂସା କରିବାକୁ ଯାଇ ହଟହଟା ହୋଇଛନ୍ତି ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ନିଜ ଟ୍ୱିଟ ପାଇଁ ତାଙ୍କୁ ହେବାକୁ ପଡ଼ିଛି ଅପଦସ୍ଥ । ଏଥିପାଇଁ ତାଙ୍କୁ ପାକିସ୍ତାନୀ କଳାକାର ବି ଟ୍ରୋଲ୍‌ କରିବାକୁ ପଛାଇ ନାହାନ୍ତି। ପାକିସ୍ତାନୀ ଆକ୍ଟର ଅଦନାନ ସିଦ୍ଦିକି ଖୋଲାଖୋଲି ମିସେସ୍‌ ନିକ୍‌ ଜୋନ୍ସଙ୍କୁ କରିଛନ୍ତି ଟାର୍ଗେଟ।

Advertisment

ପାକିସ୍ତାନୀ ମୂଳ କାନାଡିୟନ ଶରମିନ୍ ଓବୈଦ ଚିନୋୟଙ୍କୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଏହି ବିବାଦକୁ ନେଇ ଏବେ ଆରମ୍ଭ ହୋଇ ଗଲାଣି ଷ୍ଟାର ୱାର। ଷ୍ଟାର୍ ୱାର୍ସର ଏକ ଫିଲ୍ମର ନିର୍ଦ୍ଦେଶନା ଦେବା ନିମନ୍ତେ ଶରମିନ୍‌ଙ୍କ ନାମ ଫାଇନାଲ୍‌ ହୋଇ ସାରିଥିବା ବେଳେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପୂର୍ବତନ ମିସ୍‌ ୱାଲର୍ଡ ।

ଟ୍ୱିଟ କରି ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଶର୍ମିନଙ୍କୁ ଶୁଭେଚ୍ଛା ଜଣାଇବା ସହ ଲେଖିଥିଲେ, ‘ପ୍ରଥମ ଥର ପାଇଁ ଜଣେ ମହିଳା ଷ୍ଟାର ୱାର୍ସ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଉକ୍ତ ମହିଳାଜଣକ ଦକ୍ଷିଣ ଏସୀୟ ହୋଇଥିବା ବେଳେ ଏହା ଏକ ଐହାସକ ମୂହୂର୍ତ୍ତ । ତୁମ ପାଇଁ ମୁଁ ଖୁବ୍‌ ଗର୍ବିତ ଅନୁଭବ କରୁଛି।’  

Advertisment
Priyanka Chopra & Sarmeenପ୍ରିୟଙ୍କା ଓ ଶରମିନ ।

ହେଲେ ପ୍ରିୟଙ୍କାଙ୍କ ଟ୍ୱିଟକୁ ହଜମ କରି ପାରି ନାହାନ୍ତି ପାକିସ୍ତାନୀ ଆକ୍ଟର ଅଦନାନ ସିଦ୍ଦିକି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, ପ୍ରିୟଙ୍କା ଚୋପ୍ରା, ମୁଁ ଆପଣଙ୍କର ଖୁବ୍‌ ସମ୍ମାନ କରେ। ହେଲେ ଶରମିନଙ୍କୁ ଦକ୍ଷିଣ ଏସୀୟ ବୋଲି ସମ୍ବୋଧନ କରିବା ପୂର୍ବରୁ ଆପଣ ନିଜ ଜ୍ଞାନକୁ ସଂଶୋଧନ କରି ଦିଅନ୍ତୁ । କାରଣ ଶରମିନ ପ୍ରଥମେ ଜଣେ ପାକିସ୍ତାନୀ ନାଗରିକ। ଆପଣ ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବାର ସୁଯୋଗକୁ ହାତ ଛଡ଼ା କରୁ ନ ଥିବା ବେଳେ ଅନ୍ୟମାନଙ୍କୁ ବି ସେମାନଙ୍କ ଦେଶ ନାମରେ ପରିଚିତ ହେବାକୁ ସୁଯୋଗ ଦେବା ଉଚିତ।

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ସ୍ୱାମୀ ନିକ୍‌ ଜୋନ୍ସ ଓ ଝିଅ ମାଳତୀ ସହ ଭାରତ ଆସିଥିବା ବେଳେ ଏନେଇ ତାଙ୍କ ପ୍ରତିକ୍ରିୟା ମିଳିପାରିନି।

Bollywood News Priyanka Chopra