Advertisment

ଭିଡିଓ ଅପଲୋଡ କରି ଗିରଫ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଅପଲୋଡ କରିବା ପଡିଲା ମହଙ୍ଗା। ଗିରଫ ହେଲେ ଅଲ୍ଟ ବାଲାଜୀ ଟେଲି ଫିଲ୍ମ ୱେବସିରିଜ ‘ଗନ୍ଦି ବାତ’ ଅଭିନେତ୍ରୀ ଗହନା ବଶିଷ୍ଟ। ତାଙ୍କୁ ଆଜି ମୁମ୍ବାଇ ପୁଲିସ ଗିରଫ କରିଛି। ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପର୍ଣ୍ଣ ଭିଡିଓ ଅପଲୋଡ କରିବା ଅଭିଯୋଗରେ ତାଙ୍କୁ ମୁମ୍ବାଇ କ୍ରାଇମବ୍ରଞ୍ଚର ପପର୍ଟି ସେଲ ଗିରଫ କରିଛି। ୱେବସାଇଟ ପାଇଁ ପର୍ଣ୍ଣ ଭିଡିଓ ସୁଟ କରିବା ଓ ଅପଲୋଡ଼ କରିବା ନେଇ ଗହନାଙ୍କ ବିରୋଧରେ […]

ଅଦ୍ୟତନ ହୋଇଛି
ଭିଡିଓ ଅପଲୋଡ କରି ଗିରଫ ହେଲେ ଏହି ଅଭିନେତ୍ରୀ

gahana-vashist

Advertisment

ମୁମ୍ବାଇ: ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଅପଲୋଡ କରିବା ପଡିଲା ମହଙ୍ଗା। ଗିରଫ ହେଲେ ଅଲ୍ଟ ବାଲାଜୀ ଟେଲି ଫିଲ୍ମ ୱେବସିରିଜ ‘ଗନ୍ଦି ବାତ’ ଅଭିନେତ୍ରୀ ଗହନା ବଶିଷ୍ଟ। ତାଙ୍କୁ ଆଜି ମୁମ୍ବାଇ ପୁଲିସ ଗିରଫ କରିଛି। ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପର୍ଣ୍ଣ ଭିଡିଓ ଅପଲୋଡ କରିବା ଅଭିଯୋଗରେ ତାଙ୍କୁ ମୁମ୍ବାଇ କ୍ରାଇମବ୍ରଞ୍ଚର ପପର୍ଟି ସେଲ ଗିରଫ କରିଛି।

Advertisment

ୱେବସାଇଟ ପାଇଁ ପର୍ଣ୍ଣ ଭିଡିଓ ସୁଟ କରିବା ଓ ଅପଲୋଡ଼ କରିବା ନେଇ ଗହନାଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୁଲିସ  ଅନ୍ୟ ମଡେଲ, ତାଙ୍କ ସହଯୋଗୀ କଳାକାର ଓ ଅନ୍ୟ କିଛି ପ୍ରଡକ୍ସନ ହାଉସ ସମ୍ପର୍କରେ ମଧ୍ୟ ତଦନ୍ତ କରୁଛି। ଯେଉଁମାନଙ୍କ ବିରୋଧରେ ଆଡଲ୍ଟ ଫିଲ୍ମ ମୋବାଇଲ ଆପ୍ ଓ ୱେବସାଇଟରେ ଅପଲୋଡ଼ କରିବା ଅଭିଯୋଗ ହୋଇଛି।

ସୂତ୍ର ଅନୁଯାୟୀ, ଗହନାଙ୍କ ନିଜର ପ୍ରଡକ୍ସନ ହାଉସ ଥିଲା, ଯେଉଁଠାରେ ୱେବ ସିରିଜ ଓ ଧାରାବାହିକ ନାଁରେ ପର୍ଣ୍ଣ ଭିଡିଓ ତିଆରି ହେଉଥିଲା ଓ ଇଣ୍ଟରନେଟରେ ଅପଲୋଡ଼ ହେଉଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୂର୍ବରୁ ୫ଜଣଙ୍କୁ ଗିରଫ କରିଥିଲା। ମୁମ୍ବାଇ ପୁଲିସ ମଲାଡ-ମାଲୱାନୀ ଅଞ୍ଚଳରେ ଥିବା ଗ୍ରୀନ ପାର୍କ ନାମକ ଏକ ବଙ୍ଗଳାକୁ ସିଜ୍ କରିଛି। ଘର ଭିତରରୁ ଦୁଇ ଜଣ ଅଭିନେତା, ଜଣେ ଲାଇଟମ୍ୟାନ ଓ ଜଣେ ମହିଳା ଫଟୋଗ୍ରାଫରଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ସେ ୮୭ଟି ଆପତ୍ତିଜନକ ଓ ଅଶ୍ଳୀଳ ଭିଡିଓ ଶୁଟିଂ କରିଛନ୍ତି ଓ ୱେବସାଇଟରେ ଅପଲୋଡ଼ କରିଛନ୍ତି। ଏହି ୱେବସାଇଟରେ କଣ୍ଟେଣ୍ଟ ଦେଖିବାକୁ ସବ୍ସକ୍ରିପସନ୍ ନେବାକୁ ପଡିଥାଏ। ସବ୍ସକ୍ରିପସନ ପାଇଁ ୨ ହଜାର ଟଙ୍କା ଦେବାକୁ ପଡିଥାଏ। ଅଶ୍ଳୀଳ ଫିଲ୍ମ ଜରିଆରେ ଗହନା ଓ ତାଙ୍କ ଟିମ ବହୁତ ଟଙ୍କା ରୋଜଗାର କରିଥିବା ସୂଚନା ମିଳିଛି।

ଗହନା ବଶିଷ୍ଟ ପୂର୍ବରୁ ୮୦ଟି ବିଜ୍ଞାପନ, ୭ଟି ୱେବସିରିଜ ଓ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି। ସେ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe