Advertisment

ପରୀଠୁ କମ୍‌ ନୁହନ୍ତି ପ୍ରିୟଙ୍କାଙ୍କ ଝିଅ ମାଳତୀ, ସାମନାକୁ ଆସିଲା ଫଟୋ

ଏକ ଖାସ୍‌ ଅବସରରେ ପୂରା ଜୋନସ୍‌ ପରିବାରର ଉପସ୍ଥିତିରେ ପ୍ରିୟଙ୍କା ନିଜ ଝିଅ ଫଟୋ ଓ ଭିଡିଓ ଅଫିସିଆଲି ଶେଆର କରିଛନ୍ତି। କୁନି ମାଳତୀ ନିଜ ବାପା ନିଜକ୍‌ ଜୋନସ୍‌ଙ୍କ କାର୍ବନ କପି ପରି ଲାଗୁଥିବା ବେଳେ କ୍ୟୁଟନେସ୍‌ରେ ବି ଭରପୁର।

author-image
Niharika Rout
priyanka-chopra

priyanka-chopra

ସାମନାକୁ ଆସିଲା ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ମାଳତୀ ମେରି ଚୋପ୍ରା ଜୋନସ୍‌ଙ୍କ ଫଟୋ । କୁନି ମାଳତୀ ନିଜ ବାପା ନିଜକ୍‌ ଜୋନସ୍‌ଙ୍କ କାର୍ବନ କପି ପରି ଲାଗୁଥିବା ବେଳେ କ୍ୟୁଟନେସ୍‌ରେ ବି ଭରପୁର। ଏକ ଖାସ୍‌ ଅବସରରେ ପୂରା ଜୋନସ୍‌ ପରିବାରର ଉପସ୍ଥିତିରେ ପ୍ରିୟଙ୍କା ନିଜ ଝିଅ ଫଟୋ ଓ ଭିଡିଓ ଅଫିସିଆଲି ଶେଆର କରିଛନ୍ତି।

Advertisment

ଏକ ଖାସ୍‌ ସମାରୋହରେ ଜୋନସ ବ୍ରଦର୍ସ ମଞ୍ଚ ଉପରେ ଉପସ୍ଥିତ ଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ସେମାନଙ୍କୁ ଚିୟର କରିବାକୁ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରିୟଙ୍କାଙ୍କ କୋଳରେ ଝିଅ ମାଳତୀଙ୍କୁ ଦେଖିବାକୁ ମିଳିଥିଲା। ଉଭୟ ମା’ ଝିଅ ନିକ୍‌ ଜୋନସ୍‌ଙ୍କୁ ଚିୟର କରୁଥିବା ବେଳେ ନିକ୍‌ ବି ନିଜ ଝିଅକୁ ଅନାଇ ହାତ ହଲାଇଥିଲେ। ଏହି ଅବସରେ ପୂରା ଜୋନସ୍‌ ପରିବାର ଏକାଠି ହୋଇଥିଲା।

ମା’ଙ୍କ କୋଳରେ ଥିବା ମାଳତୀ ଏକ ଖୁବ୍‌ ସୁନ୍ଦର ହେୟାରବ୍ୟାଣ୍ଡ ପିନ୍ଧିଥିବା ବେଳେ ଏକ କୋ-ଅର୍ଡ ସେଟ୍‌ ପିନ୍ଧି ରାଜକୁମାରୀଠୁ କମ୍‌ ଲାଗୁ ନ ଥିଲେ। ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ୍‌ରେ ଝିଅର ଭିଡିଓ ଶେଆର କରିଥିବା ବେଳେ ଏହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ୍‌ ଯୋଧପୁରର ଏକ ପ୍ୟାଲେସରେ ୨୦୧୮ରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ପରମ୍ପରା ଅନୁଯାୟୀ ବେଶ୍‌ ଆଡମ୍ବରରେ ବିବାହ କରିଥିଲେ । ବିବାହର ପ୍ରାୟ ୪ ବର୍ଷ ପରେ ଗତ ବର୍ଷ ପ୍ରାରମ୍ଭରେ, ଏହି ଦମ୍ପତି ସରୋଗେସି ମାଧ୍ୟମରେ ଝିଅ ମାଲତୀ ମେରି ଚୋପ୍ରା ଜୋନାସଙ୍କୁ ସ୍ୱାଗତ କରିଥିଲେ।

ପ୍ରିୟଙ୍କାଙ୍କ ୱାର୍କ ଫ୍ରଣ୍ଟ କଥା କହିଲେ ପ୍ରିୟଙ୍କାଙ୍କ ହାତରେ ଏବେ କିଛି ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟସ୍‌ ରହିଛି। ରୁଷୋ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ସିଟାଡେଲ’ ପ୍ରାଇମ୍‌ ଭିଡିଓରେ ଓଟିଟିରେ ରିଲିଜ ହେବ । ବଲିଉଡରେ ବି  ଖୁବ୍‌ ଶୀଘ୍ର ପ୍ରିୟଙ୍କାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ପରହାନ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ ଫିଲ୍ମରେ ଆଲିଆ ଭଟ୍ଟ, କ୍ୟାଟ୍ରିନାଙ୍କ ସହ ସ୍କ୍ରିନ୍‌ ଶେଆର କରିବେ ପ୍ରିୟଙ୍କା । ଏହାର ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ।

Priyanka Chopra